ଏପରି କଲେ ବିନା ବ୍ୟାୟାମରେ ବି ରହି ପାରିବେ ସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଏପରି କଲେ ବିନା ବ୍ୟାୟାମରେ ବି ରହି ପାରିବେ ସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ସମସ୍ତେ ଫିଟ୍‌ ରହିବାକୁ ଚାହାନ୍ତି। ଆଉ ଏଥପାଇଁ ଏକ୍ସର୍‌ସାଇଜ୍‌ ବା ବ୍ୟାୟାମ କରିବା ଜରୁରୀ। କାରଣ ବ୍ୟାୟାମ କଲେ ଶରୀର ଫିଟ୍‌ ରହିବା ସହ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ। ତେବେ ବ୍ୟସ୍ତବହୁଳ ଜୀବନରେ ପ୍ରାୟ ଅଧିକାଂଶ ବ୍ୟାୟାମ ପାଇଁ ସମୟ ବାହାର କରିପାରନ୍ତି ନାହିଁ। ଯଦି ଆପଣ ମଧ୍ୟ ବ୍ୟାୟାମ ପାଇଁ ସମୟ ବାହାର କରି ପାରୁ ନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ବିଭିନ୍ନ କାମ ସହ ବ୍ୟାୟାମ ମଧ୍ୟ ହୋଇଯିବ। ଯେଉଁମାନେ ଓଜନ କମାଇବାକୁ ଚାହୁଛନ୍ତି, ସେମାନେ ମଧ୍ୟ ଏହି ଟିପ୍‌ସ୍‌ ଆପଣାଇ ପାରିବେ।

୧. ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଏ। ଖାଦ୍ୟରୁ ଯେଉଁ ପୁଷ୍ଟିସାର ମିଳେ, ତାହା ଆମକୁ କାମ କରିବାକୁ ଶକ୍ତି ଦେଇଥାଏ। ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ମସ୍ତିଷ୍କ ମଧ୍ୟ ଭଲ କାମ କରିପାରେ। ତେବେ ଓଜନ କମାଇବା ଚକ୍କର୍‌ରେ ଅନେକ ଲୋକ ଭୋକିଲା ରହିଥା’ନ୍ତି। ଏଭଳି କଲେ ଗ୍ୟାସ୍‌ ସୃଷ୍ଟି ହୋଇ ଶରୀର ଆହୁରି ଫୁଲିଯାଏ। ତେଣୁ ଖାଇବା ଏକଦମ୍‌ ବନ୍ଦ ନ କରି କମ୍‌ ତେଲ ମସଲାଯୁକ୍ତ ଓ ସନ୍ତୁଳିତ ଆହାର ଆପଣାନ୍ତୁ।

୨. ଅଫିସ୍‌ ହେଉ କି ସପିଂ ମଲ୍‌, ସବୁବେଳେ ସିଡ଼ିର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କର ଏକ୍ସର୍‌ସାଇଜ୍‌ ହୋଇଯିବ ଓ ଶରୀରରେ ଫୂର୍ତ୍ତି ଆସିବ।

୩. ଅଫିସ୍‌ ଯଦି ୨ କିଲୋମିଟର ଭିତରେ ଅଛି, ତେବେ ସପ୍ତାହକୁ ୨ ଥର ଚାଲିକି ଯିବା ଆସିବା କରନ୍ତୁ। ନଚେତ୍ ସାଇକଲିଂ କରି ଯିବାକୁ ଚେଷ୍ଟା କରନ୍ତୁ।

୪. ଅଫିସ୍‌ରେ କାହା ସହ କଥା ହେବାବେଳେ ଠିଆ ହୋଇ କଥା ହୁଅନ୍ତୁ। ଏପରିକି କିଛି ସମୟ ଠିଆ ହୋଇ କାମ କରିବାକୁ ମଧ୍ୟ ଚେଷ୍ଟା କରନ୍ତୁ। ଯଦି ଆପଣ ଠିଆ ହୋଇ କଥା ହେଉଛନ୍ତି, ତେବେ ସାରା ଦିନରେ ଶରୀରରେ ପାଖାପାଖି ୩୬ କ୍ୟାଲୋରୀ ନଷ୍ଟ ହୋଇଥାଏ। ଧ୍ୟାନ ରଖନ୍ତୁ, ସିଧା ଠିଆ ହୁଅନ୍ତୁ, ନଇଁକି ଠିଆ ହୁଅନ୍ତୁ ନାହିଁ।

୫. ପ୍ରତିଦିନ କିଛି ନା କିଛି ଘର କାମ କରିବାରେ ନିଜକୁ ନିୟୋଜିତ ରଖନ୍ତୁ। ଖାଲି ସମୟରେ ଘର ସଫାସୁତୁରା କରନ୍ତୁ। ବଗିଚା କାମ କରନ୍ତୁ। ଏହାଫଳରେ ଆପଣଙ୍କ ମାଂସପେଶୀର ବିସ୍ତାର ହେବ। ଟିଭି ଦେଖିବା ସମୟରେ କିମ୍ବା ବସି ରହି ଅନ୍ୟ କୌଣସି କାମ କରିବା ସମୟରେ ମଧ୍ୟ ବେକ ଓ କାନ୍ଧର ବ୍ୟାୟାମ କରିପାରିବେ। ହାତ ଓ ଗୋଡ଼ ଷ୍ଟ୍ରେଚିଂ କରିପାରିବେ। ଟିଭି ଦେଖିବା ସମୟରେ କେବଳ ବସି ନ ରହି କିଛି ନା କିଛି କରନ୍ତୁ।

୬. ମଦ ଓ ସିଗାରେଟ୍‌ ପରି ନିଶାଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ଫିଟ୍‌ ରହିବ ଓ ମନରେ ସବୁବେଳେ ସକାରାତ୍ମକ ଭାବନା ଆସିବ।

 



from Odisha Reporter https://ift.tt/2r7Rpz9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages