
ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଥିବା ମହିଳା ନିର୍ଯାତନା, ଦୁଷ୍କର୍ମ, ଅସଦାଚରଣ ଘଟଣାର କେବେ ଅନ୍ତ ଘଟିବ ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଅଭିଯୋଗ ଆସୁଛି। ଏଥିରୁ କୋମଳମତି ଶିଶୁ ବି ବାଦ୍ ପଡ଼ୁନାହାନ୍ତି। ଆଜି ଏମିତି ଏକ ଜଘନ୍ୟ କାଣ୍ଡର ଖବର ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରୁ ଆସିଛି।
୩ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜଣେ ଯୁବତୀଙ୍କୁ ଉଠାଇ ନେଇ ନିକଟରେ ଥିବା ଏକ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ଏହି ଘଟଣାଟି ଘଟିଛି। ଯାହା ଅଞ୍ଚଳରେ କ୍ରୋଧ ଓ ଅସନ୍ତୋଷର କାରଣ ପାଲଟିଛି।
ଦୁର୍ବୃତ୍ତମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ଜଙ୍ଗଲରେ ଫିଙ୍ଗି ପଳାଇଥିଲେ।
ଅଭିଯୋଗ ଅନୁସାରେ ପୀଡ଼ିତା ଅନ୍ୟ ଜଣେ ଯୁବତୀ ସହ ଗାଁ ମୁଣ୍ଡରେ ବୁଲୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଉଠାଇ ନେଇଥିଲେ। ଏନେଇ ଅନ୍ୟ ଯୁବତୀ ଜଣଙ୍କ ଗାଁରେ କହିବା ପରେ ଲୋକେ ତାକୁ ଚେତାଶୂନ୍ୟ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ଖୋର୍ଦ୍ଧା ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2qtUfyo
No comments:
Post a Comment