
ଶ୍ରୀନଗର: ଜମ୍ମୁ-କଶ୍ମୀର ସୁନ୍ଦରବେନିସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ପାକିସ୍ତାନ ସ୍ନାଇପରଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଛନ୍ତି।
ଆଜି ସକାଳ ପ୍ରାୟ ୯.୪୫ରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିଲା। ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ମଧ୍ୟ ଦିଆଯାଇଥିଲା। ତେବେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟ ସମୟରେ ପାକିସ୍ତାନର ଜଣେ ସ୍ନାଇପର୍ର ଗୁଳି ଜଣେ ଯବାନଙ୍କ ଦେହରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ତେବେ ସହିଦ ଯବାନଙ୍କ ପରିଚୟ ମିଳିନାହିଁ।
ଗତକାଲି ସନ୍ଧ୍ୟାରେ ଅଖନୂରଠାରେ ପାକିସ୍ତାନ ସ୍ନାଇପରଙ୍କ ଆକ୍ରମଣେ ଦୀପକ କୁମାର ନାମକ ଅନ୍ୟ ଜଣେ ଯବାନ ସହିଦ ହୋଇଥିଲେ। ଦିନକୁ ଦିନ ପାକିସ୍ତାନ ସ୍ନାଇପର୍ ମାନେ ସକ୍ରିୟ ହେଉଥିବାରୁ ଏହା ଭାରତୀୟ ଯବାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।
from Odisha Reporter https://ift.tt/2JSwJDT
No comments:
Post a Comment