ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସଚିନ୍‌ଙ୍କ କାନରେ ଗୁଞ୍ଜରିତ ହେବ ଏହି ଶବ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସଚିନ୍‌ଙ୍କ କାନରେ ଗୁଞ୍ଜରିତ ହେବ ଏହି ଶବ୍ଦ

sachin1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୩ ମସିହା ନଭେମ୍ବର ୧୬ ତାରିଖ। କ୍ରିକେଟ୍ ଇତିହାସରେ ଏହି ଦିନଟି ଲିପିବଦ୍ଧ ହୋଇଯାଇଛି। ସେଦିନ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଯେଉଁମାନେ ଥିଲେ, ସେମାନେ ହୁଏତ ଆଦୌ ଏହି ଦିନଟିକୁ ଭୁଲି ପାରିବେ ନାହିଁ। କାରଣ ସେଦିନ ସେହି ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌ର ସବୁ ଫର୍ମାଟ୍‌କୁ ଅଲ୍‌ବିଦା କରିଥିଲେ ଭାରତରତ୍ନ ସଚିନ ରମେଶ ତେନ୍ଦୁଲକର।

ୱାଙ୍ଖଡ଼େ ହେଉଛି ସଚିନଙ୍କ ହୋମ୍ ଗ୍ରାଉଣ୍ଡ୍। ସେଠାରେ ସେ ଖେଳିଥିଲେ ତାଙ୍କ ଜୀବନର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍, ଯାହା ଏକ ଟେଷ୍ଟ୍ ମ୍ୟାଚ୍ ଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହୋଇଥିଲା ଏହି ମ୍ୟାଚ୍। ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ନଭେମ୍ବର ୧୬ ତାରିଖରେ ସରି ଯାଇଥିଲା। ଏଥିରେ ୱେଷ୍ଟଇଣ୍ଡିଜ୍ ହାରି ଯାଇଥିଲା।

ମ୍ୟାଚ୍ ସରିଯିବା ପରେ ରବି ଶାସ୍ତ୍ରୀ ସଚିନ୍‌ଙ୍କୁ ଡାକିଥିଲେ ଓ କିଛି ପ୍ରଶ୍ନ ପଚାରିବା ବଦଳରେ ମାଇକ୍ ଧରାଇ ଦେଇଥିଲେ। ତା’ପରେ ସଚିନ୍ ଆରମ୍ଭ କରିଥିଲେ ତାଙ୍କର ବିଦାୟୀ ଭାଷଣ। ସେତେବେଳେ ‘ସଚିନ୍…, ସଚିନ୍…’ ଡାକରେ ଫାଟି ପଡ଼ୁଥିଲା ପୂରା ଷ୍ଟାଡିୟମ୍। ସେ ପ୍ରଥମେ ସମସ୍ତଙ୍କୁ ଶାନ୍ତ ହୋଇ ନିଜ ନିଜ ସ୍ଥାନରେ ବସି ଯିବାକୁ କହିଥିଲେ। ନ ହେଲେ ସେ ଅଧିକ ଭାବବିହ୍ୱଳ ହୋଇପଡ଼ିଯିବେ ବୋଲି କହିଥିଲେ।

sachin23

ବିଦାୟୀ ଭାଷଣ ଦେବା ପୂର୍ବରୁ ସେ ଏକ ହାତ ଲେଖା କାଗଜ ବାହାର କରିଥିଲେ। ଏଥିରେ ସେ ସମସ୍ତଙ୍କ ନାଁ ଥିଲା, ଯେଉଁମାନଙ୍କୁ ସେ ସେଦିନ ଧନ୍ୟବାଦ୍ ଦେଇଥିଲେ। ତାଲିକାଟି ଖୁବ୍ ଲମ୍ବା ଥିଲା। ତାଙ୍କ କ୍ୟାରିୟରକୁ ଗଢ଼ି ତୋଳିବାରେ ଯେଉଁମାନଙ୍କର ଯୋଗଦାନ ଥିଲା, ସେ ସେମାନଙ୍କ ନାଁକୁ ସେଥିରେ ଲେଖିଥିଲେ। ତାଙ୍କ ଧନ୍ୟବାଦ୍ ତାଲିକାରେ ପ୍ରଥମ ନାଁ ଥିଲା ତାଙ୍କ ବାପାଙ୍କର।

ଏଥିରେ ତାଙ୍କ ମା, ଭାଇ, ପତ୍ନୀ, କୋଚ୍, ବିସିସିଆଇ, ମ୍ୟାନେଜର୍‌, ଫିଜିଓ, ଗଣମାଧ୍ୟମ ପ୍ରତିନିଧି, ଫଟୋଗ୍ରାଫର ପିଲା ଦିନର ବନ୍ଧୁ ସାମିଲ ଥିଲେ। ସେ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ୍‌, ଭିଭିଏସ୍ ଲକ୍ଷ୍ମଣ, ଅନୀଲ କୁମ୍ବଲେ, ତତ୍‌କାଳୀନ୍ ଟିମ୍‌ର ସଦସ୍ୟ, ତାଙ୍କର ସମସ୍ତ କୋଚ୍‌ଙ୍କୁ ବି ମନେ ପକାଇଥିଲେ। ଦର୍ଶକମାନଙ୍କୁ ବି ସେ ଧନ୍ୟବାଦ୍ ଜଣାଇଥିଲେ। ଦର୍ଶକଙ୍କ ସମର୍ଥନ ତାଙ୍କୁ ମାନସିକ ସ୍ତରରେ ଶକ୍ତ ହେବାକୁ ବଳ ଯୋଗାଉଥିଲା ବୋଲି ସଚିନ୍ କହିଥିଲେ। ଦର୍ଶକଙ୍କଠାରୁ ପାଇଥିବା ସ୍ନେହଶ୍ରଦ୍ଧା ତାଙ୍କ ପାଇଁ ସ୍ମୃତି ହୋଇ ରହିବ ଯିବ ବୋଲି ସେ କହିଥିଲେ।

sachintendulkar

ସଚିନ୍‌ଙ୍କ ବିଦାୟୀ ଭାଷଣର ପ୍ରତିଟି ଶବ୍ଦ ସମସ୍ତଙ୍କ ମନକୁ ଛୁଇଁଥିଲା। ଗ୍ୟାଲେରୀରେ ନିଜ ନିଜ ଚୌକି ପାଖରେ ଛିଡ଼ା ହୋଇପଡ଼ିଥିବା ପ୍ରାୟ ସମସ୍ତ ଦର୍ଶକ ତାଙ୍କୁ ଶୁଣି ଭାବବିହ୍ୱଳ ହୋଇଯାଇଥିଲେ। ମଝିରେ ମଝିରେ ଦର୍ଶକ ଓ ପଡ଼ିଆରେ ଉପସ୍ଥିତ ଖେଳାଳିମାନେ ତାଙ୍କ କଥା ଶୁଣି ତାଳି ମାରୁଥିଲେ।

ଭାଷଣ ଶେଷ ବେଳକୁ ସେ ଯେଉଁ କଥାପଦକ କହିଲେ, ତାହା ଦର୍ଶକଙ୍କ ହୃଦୟକୁ ଭେଦି ଯାଇଥିଲା। ଏମିତି ତ ସେ ଦର୍ଶକଙ୍କୁ ସେମାନଙ୍କ ଭଲପାଇବା ଓ ସ୍ନେହଶ୍ରଦ୍ଧା ପାଇଁ ଧନ୍ୟବାଦ୍ ଜଣାଇଥିଲେ। ତେବେ ଭାଷଣ ଶେଷ କଲା ବେଳେ ସଚିନ୍ କହିଥିଲେ, ଶେଷ ନିଃଶ୍ୱାସ ଥିଲା ପର୍ଯ୍ୟନ୍ତ ଦର୍ଶକଙ୍କ ‘ସଚିନ୍… ସଚିନ୍…’ ଡାକ ତାଙ୍କ କାନରେ ଗୁଞ୍ଜରିତ ହେଉଥିବ। ଆଉ ଏହା ପରେ ‘ସଚିନ୍..ସଚିନ୍..’ ଡାକରେ କମ୍ପି ଯାଇଥିଲା ପୂରା ଷ୍ଟାଡିୟମ୍‌। ଅନେକ ଦର୍ଶକଙ୍କ ଆଖିରୁ ଲୁହ ବି ବୋହି ଆସିଥିଲା।

ଆପଣ ଯଦି ସଚିନଙ୍କ ସେଦିନର ଭାଷଣ ଶୁଣି ନାହାନ୍ତି, ତା’ହେଲେ ଆଜି ଶୁଣି ନିଅନ୍ତୁ।



from Odisha Reporter https://ift.tt/2Frrr3G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages