
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କୁ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦବୀରେ ୪ବର୍ଷ ପାଇଁ କାର୍ଯ୍ୟ କରିବେ। ନୂଆ ଆଇଆଇଏମ୍ ଆକ୍ଟ ଅନ୍ତର୍ଗତ ତାଙ୍କୁ ନିଯୁକ୍ତି ମିଳିଛି।
ସେ ପୂର୍ବରୁ ଏହି ପଦବୀରେ ଔପଚାରିକଭାବରେ ଥିଲେ ଏବଂ ବର୍ତ୍ତମାନଠାରୁ ସମ୍ପୂର୍ଣ୍ଣଭାବରେ ଦାୟିତ୍ୱ ନେବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ସେ ଏସ୍ବିଆଇ ମୁକ୍ୟ ଭାବରେ ଦାୟିତ୍ୱ ନେବାରେ ପ୍ରଥମ ମହିଳା।
from Odisha Reporter https://ift.tt/2OPmYar
No comments:
Post a Comment