
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବରିଷ୍ଠ ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ବିଶ୍ୱଜିତ୍ କେଶରୀ ଦାସଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଶରତ କୁମାର ପୁରୋହିତଙ୍କୁ ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ନରେନ୍ଦ୍ର କୁମାର ମନ୍ତ୍ରୀଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି କନକଚମ୍ପା ମେହେରଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣରେ ଉପସଚିବ ଓ ବିବେକାନନ୍ଦ ସାହୁଙ୍କୁ ଜଳସମ୍ପଦ ବିଭାଗର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ(ଲକ୍ଷ୍ମୀପୋଷୀ ଡିଭିଜନ) ଭାବେ ବଦଳି କରାଯାଇଛି।
from Odisha Reporter https://ift.tt/2zdHWek
No comments:
Post a Comment