ବିମାନକୁ ଧକ୍କା ଦେଲା ପାଣି ଟ୍ୟାଙ୍କର,ଉଡ଼ାଣ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ବିମାନକୁ ଧକ୍କା ଦେଲା ପାଣି ଟ୍ୟାଙ୍କର,ଉଡ଼ାଣ ବାତିଲ

କୋଲକାତା: ବିମାନ ସହ ପାଣି ଟ୍ୟାଙ୍କରର ଧକ୍କା ହେବା କଥା ହୁଏତ ଆପଣ ଆଗରୁ କେବେ ଶୁଣି ନଥିବେ। କିନ୍ତୁ କୋଲକାତା ବିମାନବନ୍ଦରରେ ଏଭଳି ଏକ ଘଟଣା ଘଟିଛି। ୧୦୧ ଜଣ ଯାତ୍ରୀ,୧୨ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଇଲଟ୍‌ଙ୍କୁ ନେଇ ଉଡ଼ାଣ ଭରୁଥିବା କତାର ଏୟାରୱେଜ୍‌ର ବିମାନକୁ ଏୟାର ଇଣ୍ଡିଆର ଏକ ପାଣି ଟ୍ୟାଙ୍କର ଧକ୍କା ଦେଇଛି। ଫଳରେ ବିମାନଟିର ଉଡ଼ାଣକୁ ବାତିଲ କରାଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିମାନର କିଛି ଅଂଶ ଭାଙ୍ଗି ଯାଇଛି।

କତାର ଏୟାରୱେଜ୍‌ର କ୍ୟୁଆର୍‌-୫୪୦ ନଂ ବିମାନଟି କୋଲକାତାରୁ ଦୋହାକୁ ଭୋର ୩.୧୫ରେ ଉଡ଼ାଣ ଭରିବାର ଥିଲା। ଏଥିପାଇଁ ଯାତ୍ରୀମାନେ ମଧ୍ୟ ବିମାନରେ ବସି ସାରିଥିଲେ। ତେବେ ବିମାନଟି ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଏୟାର ଇଣ୍ଡିଆର ଏକ ପାଣି ଟ୍ୟାଙ୍କର ଏହାର ମଧ୍ୟ ଭାଗକୁ ଧକ୍କା ଦେଇଥିଲା।

ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ବିମାନରୁ ବାହାରକୁ ଅଣାଯାଇଥିଲା। ଡିଜିସିଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପାଣି ଟ୍ୟାଙ୍କର ଡ୍ରାଇଭର୍‌ଙ୍କୁ ନିଲମ୍ବନ କରାଯାଇଛି। ଟ୍ୟାଙ୍କର୍‌ର ବ୍ରେକ୍‌ ଫେଲ୍‌ ହେବା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଇଛି।

ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ହୋଟେଲ୍‌ରେ ରଖାଯାଇଛି ଏବଂ ରାତିରେ ଦୋହା ଯିବାକୁ ଥିବା ବିମାନରେ ସମସ୍ତଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ ବୋଲି କୋଲକାତା ବିମାନବନ୍ଦର ପକ୍ଷରୁ କୁହାଯାଇଛି। କତାର ବିମାନ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।



from Odisha Reporter https://ift.tt/2Rrm5Xq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages