ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପ୍ରସ୍ତାବକୁ ନେଇ କଂଗ୍ରେସ ଦୁଇ ଫାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପ୍ରସ୍ତାବକୁ ନେଇ କଂଗ୍ରେସ ଦୁଇ ଫାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ କଂଗ୍ରେସ ଦି’ ଫାଳ ହୋଇଛି। ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍‌ ଆଣିଥିଲେ ମଧ୍ୟ ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି କଂଗ୍ରେସର ଅଧିକାଂଶ ନେତା। ପିସିସି ସଭାପତି କହିଛନ୍ତି, ତାରା ଆଗତ କରିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ତାଙ୍କର ବ୍ୟକ୍ତିଗତ, ଏହା ଦଳର ମତ ନୁହେଁ।

ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପ୍ରସ୍ତାବକୁ ବିରୋଧ କରିଛନ୍ତି ରାଜ୍ୟସଭା ସାଂସଦ ରଞ୍ଜିବ ବିଶ୍ୱାଳ। ଏହି ନିଷ୍ପତ୍ତି ପ୍ରେସ୍‌ ସ୍ୱାଧୀନତାର କଣ୍ଠରୋଧ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ବିଧାୟକ ନବ ଦାସ ମଧ୍ୟ ସ୍ୱାଧିକାର ଭଙ୍ଗ ନୋଟିସକୁ ନାପସନ୍ଦ କରିଛନ୍ତି। ଗୃହରେ ଯାହା ଘଟିଲା, ତାହା ନିନ୍ଦନୀୟ ଓ ଆଗକୁ ତା’ର ପୁନରାବୃତ୍ତି ନହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଦଳୀୟ ବିଧାୟକ ଦେବେନ୍ଦ୍ର ଶର୍ମା ମଧ୍ୟ ଏହି ନିଷ୍ପତ୍ତିର ନିନ୍ଦା କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ-“ବର୍ତ୍ତମାନ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ବାଚସ୍ପତିଙ୍କ ବିଚାରାଧୀନ ଅଛି, ବିଚାରାଧୀନ ଥିବାବେଳେ କୌଣସି ପ୍ରତିକ୍ରିୟା ଦେବା ଉଚିତ ନୁହେଁ। ସ୍ୱାଧୀକାର ଭଙ୍ଗ ଦଳର ମତ ନୁହେଁ, ତାରାଙ୍କ ବ୍ୟକ୍ତିଗତ ମତ। ସ୍ୱାଧିକାର ଭଙ୍ଗ ନୋଟିସ୍‌ ବିଷୟରେ ଜାଣିନି, ଗଣମାଧ୍ୟମର କଣ୍ଠରୋଧ ଠିକ ନୁହେଁ।”

ସ୍ୱାଧୀକାର ଭଙ୍ଗ ନୋଟିସ୍‌କୁ ନେଇ ବିଜେପି ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଗଣମାଧ୍ୟମର କଣ୍ଠରୋଧ କରୁଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଏଥିସହିତ ସେ ବିଜେଡି-କଂଗ୍ରେସ ସଲାସୁତରା ଅଭିଯୋଗ ମଧ୍ୟ ଆଣିଛନ୍ତି।

ଅନ୍ୟପକ୍ଷରେ ତାରାଙ୍କ କାନ୍ଧରେ ବନ୍ଧୁକ ରଖି ସରକାର ଗୁଳି ଚଳାଇଥିବା କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ୍। ଏହା ତୃତୀୟ ମହଲା ସହ ନରସିଂହ ମିଶ୍ରଙ୍କ ଲିଙ୍କ୍ ପ୍ରମାଣିତ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଆଶ୍ଚର୍ଯ୍ୟକର କଥା ହେଉଛି, ତାରା ଓଟିଭି ବିରୋଧରେ ଯେଉଁ ପ୍ରସଙ୍ଗରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି, ତାକୁ ନିଜ ମୁହଁରେ ସମର୍ଥନ କରିଛନ୍ତି।

ଏବେ ଆସନ୍ତୁ ନଜର ପକାଇବା ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିବା ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କର ବିଧାନସଭାର ପବିତ୍ର ଗୃହରେ ବିଗତ ବର୍ଷମାନଙ୍କର ଉଚ୍ଚାରଣ ଓ ଆଚରଣ ଉପରେ। ଲୋକଙ୍କ ପାଖରେ ସତ୍ୟ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଖବର ପହଞ୍ଚାଇ ଓଟିଭି ଗୃହର ମର୍ଯ୍ୟଦାହାନି କରିଛି ନା ଏହି ଚିତ୍ରରେ ଥିବା ନେତାଙ୍କ ଆଚରଣ, ସେ ନିଷ୍ପତ୍ତି ଆମେ ରାଜ୍ୟର ଜନସାଧାରଣଙ୍କ ଉପରେ ଛାଡି ଦେଉଛୁ।



from Odisha Reporter https://ift.tt/2QZsRDZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages