ବିରାଟ୍‌ଙ୍କୁ ପଛରେ ପକାଇ ଧୱନ୍‌ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ବିରାଟ୍‌ଙ୍କୁ ପଛରେ ପକାଇ ଧୱନ୍‌ କଲେ ଏହି ରେକର୍ଡ

ବ୍ରିସବେନ୍‌: ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନ୍‌ ଗାବାରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ୭୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ତଥାପି ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌କୁ ମାତ୍ର ୪ ରନ୍‌ରେ ହାରିଯାଇଛି।

ତେବେ ଆଜିର ୭୬ ରନ୍‌ର ଇନିଂସ ବଳରେ ଶିଖର ଧୱନ୍‌ ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି। ଏବେ ଧୱନ୍‌ ଚଳିତ ବର୍ଷ ଟି-୨୦ ଫର୍ମାଟରେ ସବୁଠାରୁ ଅଧିକ ରନ୍‌ ହାସଲକାରୀ କ୍ରିକେଟର୍‌ ବନି ଯାଇଛନ୍ତି।

୨୦୧୮ରେ ଧୱନ୍‌ ୬୪୬ ରନ୍‌ କରିଥିବା ବେଳେ ତାଙ୍କ ପଛକୁ ୬୪୧ ରନ୍‌ ସହ ବିରାଟ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ପାକିସ୍ତାନର ଫକର ଜମାନ ୫୭୬ ରନ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟତମ ଭାରତୀୟ ଭାବେ ରୋହିତ ଶର୍ମା ୫୬୭ ରନ୍‌ ସହ ୪ର୍ଥ ସ୍ଥାନରେ ରହିଛନ୍ତି।

ଏମାନଙ୍କ ବ୍ୟତୀତ ଚଳିତ ବର୍ଷ ଟି-୨୦ରେ ୫୦୦ରୁ ଅଧିକ ରନ୍‌ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ବାବର ଆଜାମ(୫୬୩), ମହମ୍ମଦ ଶାହାଜାଦ(୫୨୦), ଆରୋନ୍‌ ଫିଞ୍ଚ୍‌(୫୦୩) ଓ କଲିନ୍‌ ମନରୋ(୫୦୦) କରିଛନ୍ତି।



from Odisha Reporter https://ift.tt/2R1tqNs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages