ମହାନଦୀ ଟ୍ରାଜେଡି ପରେ ଚେତା ପଶିଲା, ଦୁର୍ଘଟଣା ରୋକିବାକୁ କଡ଼ାକଡ଼ି ହେବ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ମହାନଦୀ ଟ୍ରାଜେଡି ପରେ ଚେତା ପଶିଲା, ଦୁର୍ଘଟଣା ରୋକିବାକୁ କଡ଼ାକଡ଼ି ହେବ ନିୟମ

କଟକ (ଓଡ଼ିଶା ରିପୋର୍ଟର): ମହାନଦୀ ବସ୍ ଟ୍ରାଜେଡିର ୨୪ ଘଣ୍ଟା ଭିତରେ ଘଟି ଯାଇଛି ଆଉ ଚାରି ଚାରିଟି ବଡ଼ ଦୁର୍ଘଟଣା। ଯେଉଁଥିରେ ଗଡ଼ିଛି ୪ ମୁଣ୍ଡ। ଜଗତସିଂହପୁର ଚାରିପୋଲିଆ, ବାଲେଶ୍ୱର ହଳଦୀପଦା ବାଇପାସ୍, ସିମୁଳିଆ ମଇତାପୁର ଛକ ଓ ସୁନ୍ଦରଗଡ଼ ଟିକାୟତପାଲି ଏବଂ ଲହୁଣିପଡ଼ାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ତେବେ ଦୁର୍ଘଟଣା କମାଇବା ପାଇଁ କଡ଼ାକଡ଼ି ପାଳନ ହେବ ନିୟମ।

ପରିସଂଖ୍ୟାନ କହୁଛି, ଓଡ଼ିଶାରେ ଏଭଳି ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଯାଉଛି ୧୨ ଜୀବନ। ୨୦୦୮ରୁ ୨୦୧୮ ମଧ୍ୟରେ ୪୩ ହଜାର ୩୧୨ ଜଣଙ୍କ ଅକାଳ ବିୟୋଗ ଆଣିଛି ରାସ୍ତା ଦୁର୍ଘଟଣା। ଏହି ସମୟ ଭିତରେ ୬୧ ହଜାର ୮୮୪ଜଣ ଗୁରୁତର ଆହତ ହୋଇଥିବା ବେଳେ ପ୍ରାୟ ୫୮ ହଜାର ଆହତ ହୋଇଛନ୍ତି। ସଡ଼କ ଦୁର୍ଘଟଣାର ଏ ଦ୍ରୁତ ଅଭିବୃଦ୍ଧିକୁ ରୋକିବାକୁ ହେଲେ ଡ୍ରାଇଭରଙ୍କୁ ସଚେତନ କରାଇବା ସାଙ୍ଗକୁ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ୍‌ ବିହାରୀ ମିଶ୍ର।

ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ସଂଖ୍ୟା ସରକାରଙ୍କ ଚିନ୍ତା ବଢ଼ାଇଛି। ରାସ୍ତା ଦୁର୍ଘଟଣାର ହାର କମାଇବାକୁ ସଡ଼କ ଓ ଯାନବାହନ ନିୟମକୁ ଆହୁରି କଡ଼ା କରିବା ଲାଗି ଯୋଜନା କରିଛି ପରିବହନ ବିଭାଗ। ଆଗକୁ ଲାଇସେନ୍ସ ପ୍ରଦାନ, ଗାଡ଼ିର ଫିଟ୍‌ନେସ୍‌ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଖୁବଶୀଘ୍ର ଅଟୋମେଟିକ ସ୍ପିଡ୍ ରାଡ଼ାର ଲଗାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା।
ଗତକାଲିର ଟ୍ରାଜେଡି ପୂର୍ବରୁ ୧୯୯୮ରେ ମଧ୍ୟ ଏକ ଯାତ୍ରୀବାହୀ ବସ୍ ସେହି ମହାନଦୀରେ ଖସି ୪୭ ଜଣଙ୍କ ଜୀବନ ଯାଇଥିଲା। ସେହିଭଳି ୨୦୧୬ରେ ଦେବଗଡ଼ର ଗଇଲୋ ଘାଟିରେ ବସ୍ ଓଲଟି ୨୭ ଓ ସେହିବର୍ଷ ଅନୁଗୁଳ ପୁରୁଣାମଣତ୍ରୀରେ ପୋଲ ତଳକୁ ବସ୍ ଖସି ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା।



from Odisha Reporter https://ift.tt/2PGj09m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages