ମଦ ପିଇ ଅପରେସନ୍‌ କଲେ ଡାକ୍ତର, ପ୍ରସୂତୀ ଓ ଶିଶୁ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ମଦ ପିଇ ଅପରେସନ୍‌ କଲେ ଡାକ୍ତର, ପ୍ରସୂତୀ ଓ ଶିଶୁ ମୃତ

ରାଜକୋଟ୍‌: କୁହାଯାଏ ଡାକ୍ତରମାନେ ହେଉଛନ୍ତି ଦ୍ୱିତୀୟ ଭଗବାନ। କିନ୍ତୁ ଡାକ୍ତର ଯେତେବେଳେ ନିଜ କର୍ତ୍ତବ୍ୟରେ ଅବହେଳା କରେ ସେତେବେଳେ ଜଣେ ରୋଗୀର ଅବସ୍ଥା କ’ଣ ହୁଏ, ତା’ର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି। ଜଣେ ଡାକ୍ତର ମଦ ପିଇ ଅପରେସନ୍‌ କରିବାରୁ ଏହା ଜଣେ ଗର୍ଭବତୀ ଓ ଜନ୍ମ ହେବା ଅପେକ୍ଷାରେ ଥିବା ତାଙ୍କ ସନ୍ତାନର ଜୀବନ ନେଇଛି। ରାଜକୋଟର ବୋଟାଡ ସ୍ଥିତ ଏକ ସରକାରୀ ହସ୍ପିଟାଲ୍‌ର ଏହି ଡାକ୍ତରଙ୍କୁ ପୁଲିସ୍‌ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ବୋଟାଡ ଏସ୍‌ପି କହିଛନ୍ତି, “ ଡାକ୍ତରଙ୍କ ଅବହେଳା ପାଇଁ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏବେ ଆମେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛୁ। ଯଦି ଏଥିରେ କୌଣସି ଅବହେଳା ନେଇ ତଥ୍ୟ ଆସେ, ତା’ହେଲେ ଆମେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

ପରିବାର ଲୋକଙ୍କ କହିବା ଅନୁଯାୟୀ, କାମିନୀ ଚାଚିଆଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସୋମବାର ପ୍ରାୟ ୧୧.୩୦ରେ ସେମାନେ ତାଙ୍କୁ ସୋନଭାଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ପରେଶ ଲଖାନୀ ତାଙ୍କର ଅପରେସନ କରିବା ଜରୁରୀ ବୋଲି କହିଥିଲେ। ହେଲେ କିଛି ସମୟ ପରେ କାମିନୀଙ୍କ ମୃତ୍ୟୁ ଘଟିଥିଲା।

ଏଥିସହ ତାଙ୍କ ପେଟରେ ଥିବା ଛୁଆ ମଧ୍ୟ ଦୁନିଆ ଦେଖିବା ପୂର୍ବରୁ ଆଖିବୁଜି ଥିଲା। ଡାକ୍ତର ପରେଶ ପିଇ ସିଜରିଆନ ଅପରେସନ କରିବାରୁ ଏଭଳି ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ପୁଲିସ୍‌ ମଧ୍ୟ ଡାକ୍ତର ପରେଶ ମଦ ପିଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।



from Odisha Reporter https://ift.tt/2Rj57L1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages