ଆତଙ୍କୀ ଜାକିର ମୁସାର ସହଯୋଗୀ ସମେତ ୩ ଆତଙ୍କୀ ସଫା, ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଆତଙ୍କୀ ଜାକିର ମୁସାର ସହଯୋଗୀ ସମେତ ୩ ଆତଙ୍କୀ ସଫା, ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳା ମିଳିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଏନ୍‌କାଉଣ୍ଟର କରାଯାଇଥିବା ବେଳେ ଏଥିରେ ୩ ଜଣ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ଏମାନଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁସାର ସହଯୋଗୀ ତଥା ସଂଗଠନର ଦ୍ୱିତୀୟ କମାଣ୍ଡର ଶାକିର ହାସନ ଦାର ରହିଛି।

ଜାକିର ମୁସା ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ସହଯୋଗରେ କଶ୍ମୀରରେ ସୃଷ୍ଟି ହୋଇଥିବା ଅନସାରୀ ଘାଜୱାତ-ଉଲ-ହିନ୍ଦ ନାମକ ଆତଙ୍କୀ ସଂଗଠନର କମାଣ୍ଡର ଭାବେ କାର୍ଯ୍ୟ କରୁଛି।

ଏହି ଏନ୍‌କାଉଣ୍ଟରଟି ପୁଲୱାମା ଜିଲ୍ଲା ତ୍ରାଲରେ ଗଠିଥିଲା। ତ୍ରାଲର ହାଫୋ ରେଶିପୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା।

ଏହି ଗୁଳି ବିନିମୟରେ ଶାକିର ନିହତ ହୋଇଥିଲା। ତା’ ମୃତଦେହ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ବନ୍ଧୁକ ଜବତ ହୋଇଛି।

ଅନ୍ୟପକ୍ଷରେ କୁଲଗାମ୍‌ରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ରାଷ୍ଟ୍ରୀୟ ରାଇଫଲର ଜଣେ ଯବାନ ସହିଦ ହୋଇଛନ୍ତି।

ଏଥିସହ ଏଥିରେ ଅନ୍ୟ ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆଜିର ଦୁଇଟି ଯାକ ଏନ୍‌କାଉଣ୍ଟରକୁ ମିଶାଇ ଚଳିତ ସପ୍ତାହରେ ୨୦ ଜଣ ଆତଙ୍କୀଙ୍କୁ ଅପରେସନ୍‌ ଅଲଆଉଟ୍‌ ଜରିଆରେ ଖତମ କରାଯାଇ ସାରିଲାଣି।



from Odisha Reporter https://ift.tt/2Aq845s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages