ପୁଲିସ୍‌ ଗାଡ଼ିର କାଗଜ ମାଗିଲା ବୋଲି, ଏମିତି କାମ କଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ପୁଲିସ୍‌ ଗାଡ଼ିର କାଗଜ ମାଗିଲା ବୋଲି, ଏମିତି କାମ କଲେ ଯୁବକ

ଗୁରୁଗ୍ରାମ: ଏଠାକାର ନୂଆ ରେଳବାଇ ସଡ଼କରେ ଥିବା ଡିଏସ୍‌ଡି କଲେଜ୍‌ ନିକଟରେ ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ଘଟିଛି। ଗାଡ଼ି ଚେକିଂ କରୁଥିବା ପୁଲିସ୍‌ ଅଧିକାରୀମାନେ ଜଣେ ଯୁବକଙ୍କୁ ତାଙ୍କ ଟୁ-ହ୍ୱିଲର୍‌ର କାଗଜପତ୍ର ମାଗିଥିଲେ। କିନ୍ତୁ ସେ ଏକଥା ଶୁଣିବା ପରେ ପୁଲିସ୍‌ ସାମ୍ନାରେ ଗାଡ଼ିରେ ନିଆଁ ଲଗାଇ ଚାଲିଚାଲି ଯାଇଥିଲେ। ପୁଲିସ୍‌ ମଧ୍ୟ ଏହାକୁ ଦେଖି କ’ଣ କରିବ କିଛି ଜାଣି ନ ପାରି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା।

ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ଟା ବେଳେ ଜଣେ ଯୁବକ ତାଙ୍କ ଗାଡ଼ିରେ କ୍ଷୀର କେନ୍‌ ବାନ୍ଧି ଡିଏସ୍‌ଡି କଲେଜ ରାସ୍ତା ଅତିକ୍ରମ କରୁଥିଲେ। ତେବେ ଏହି ସମୟରେ ସେଠାରେ କାର୍ଯ୍ୟରତ ପୁଲିସମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଯୁବକ ଜଣଙ୍କ କିଛି ସମୟ ପୁଲିସ୍ ଅଧିକାରୀଙ୍କ ସହ କଥା ହେବା ପରେ ଗାଡ଼ିରେ ଲାଗିଥିବା କ୍ଷୀର କେନ୍‌କୁ କାଢ଼ିଥିଲେ। ଏହାପରେ କେହି କିଛି ବୁଝିବା ଆଗରୁ ଗାଡ଼ିରେ ନିଆଁ ଲଗାଇ ସେଠାରୁ ଚାଲିଯାଇଥିଲେ।

ସେକ୍ଟର ୫ ଷ୍ଟେସନ୍‌ ଅଫିସର ଘଟଣାକୁ ସ୍ୱୀକାର କରିବା ସହ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ୍‌ଙ୍କ ଠାରୁ ଏ ସମ୍ପର୍କରେ ଖବର ପାଇଥିବା କହିଛନ୍ତି। ସେ କହିଛନ୍ତି, ଗାଡ଼ିଟି ସଂପୂର୍ଣ୍ଣ ଜଳିବା ଆଗରୁ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗାଡ଼ିର ନଂ ପ୍ଲେଟ୍‌ରେ “ଏଚ୍‌ଆର୍‌ ୨୬ ଜାଟ୍‌” ଲେଖା ହୋଇଛି। ତେଣୁ ପୁଲିସ୍‌ ଇଞ୍ଜିନ୍‌ ଓ ଚେସିସ୍ ନଂରୁ ମାଲିକଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରିବା ଆରମ୍ଭ କରିଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2Qrmh8Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages