ରାଜ୍ୟ ସରକାର ଏବେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପାଲଟିଛନ୍ତି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ରାଜ୍ୟ ସରକାର ଏବେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପାଲଟିଛନ୍ତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏବେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପାଲଟି ଯାଇଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ନାଁରେ ରାଜ୍ୟ ସରକାର ଦେଶ ଭିତରେ ଓ ବାହାରୁ ଶିଳ୍ପପତିମାନଙ୍କୁ ଡାକି ସେମାନଙ୍କର ସହ ଆଲୋଚନା କରୁଛନ୍ତି। ଏମଓୟୁ ସ୍ୱାକ୍ଷର କରୁଛନ୍ତି। ପ୍ରାୟ ମାସେ ଧରି ବଡ଼ ବଡ଼ ବିଜ୍ଞାପନ ଦେଉଛନ୍ତି। ଆଉ ତା’ପରେ ଚୁପଚାପ ହୋଇ ବସିଯାଉଛନ୍ତି।

୨୦୧୬ ମସିହାରେ ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ କଲେ। ଏଥିରେ ୨୧କୋଟି ଟଙ୍କା ଖର୍ଚ୍ଚ ହେଲା। କେନ୍ଦ୍ର ସରକାର ମଧ୍ୟ ୧୦କୋଟି ଟଙ୍କାର ସହାୟତା ଯୋଗାଇ ଦେଲେ। କିନ୍ତୁ ସେତେବେଳେ ଯେତିକି ଏମଓୟୁ ସ୍ୱାକ୍ଷର ହେଲା ସେଥିରୁ ମାତ୍ର ୮ ପ୍ରତିଶତ ପୁଞ୍ଜିନିବେଶ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ସ୍ଥିତିକୁ ଆସିଛି। ୨୨ଟି ପ୍ରକଳ୍ପ ଫେରିଯାଇଛନ୍ତି। ବିଶେଷକରି ଇସ୍ପାତ କ୍ଷେତ୍ରର ୧୬ଟି କମ୍ପାନୀ ରାଜ୍ୟରେ ପୁଞ୍ଜିନିବେଶ ନକରି ଓହରି ଯାଇଛନ୍ତି।

୨୦୧୬ ମସିହାରେ ରାଜ୍ୟକୁ ୨.୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ବୋଲି ବଡ଼ ବଡ଼ ବିଜ୍ଞାପନ ଦେଇ ବାହାବା ନେଇଥିଲେ। କିନ୍ତୁ ସେଥିରୁ ମାତ୍ର ୮% ପୁଞ୍ଜିନିବେଶ ସାକାର ରୂପ ନେଇପାରିଲା। ଏହା ହିଁ ମେକ୍ ଇନ୍ ଓଡ଼ିଶାର ବିଫଳତାର ପ୍ରମାଣ ଦେଉଛି। ସରକାର ଯେଉଁ ‘ଇଜି ଅଫ୍ ଡୁଇଙ୍ଗ’ ବିଜିନେସ କଥା କହୁଛନ୍ତି ତାହା କେବଳ ଏକ ଧୂଆଁବାଣ। କାରଣ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଓଡ଼ିଶାର ପ୍ରଦର୍ଶନ ଦିନକୁ ଦିନ ତଳକୁ ଯିବାରେ ଲାଗିଛି। ପବ୍ଲିକ ଆଫାୟର୍ସ ଇଣ୍ଡେକ୍ସ-୨୦୧୮ ରିପୋର୍ଟ ଅନୁସାରେ ଦେଶର ୩୦ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ୨୪ତମ ସ୍ଥାନରେ ଅଛି। ସେହିପରି ନ୍ୟାସନାଲ କାଉନସିଲ ଫର ଆପ୍ଲାଏଡ୍ ଆଣ୍ଡ ଇକୋନୋମିକ ରିସର୍ଚ୍ଚ(ଏନସିଏଇଆର)ର ରିପୋର୍ଟ ଅନୁସାରେ ଶିଳ୍ପ ପାଇଁ ଜମି ଯୋଗାଇବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ଗତ ୧୯ବର୍ଷ ମଧ୍ୟରେ ରାଜ୍ୟର ୨୮ଟି ସରକାରୀ ଉଦ୍ୟୋଗରେ ତାଲା ଝୁଲିସାରିଲାଣି। ରାଜ୍ୟ ସରକାରଙ୍କ ନିଜ ମାଲିକାନାରେ ଥିବା ଶିଳ୍ପର ପରିଚାଳନାରେ ବିଫଳ ହେଉଥିବାବେଳେ ରାଜ୍ୟକୁ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ରାଜ୍ୟ ସରକାର କେବଳ ଶିଳ୍ପ ସଂସ୍ଥାକୁ ଡାକି ଏମଓୟୁ ବ୍ୟତୀତ ଆଗକୁ ବଢ଼ିପାରୁନାହାନ୍ତି।

ଓଡ଼ିଶାରେ ମହଜୁଦ ଥିବା ମୂଲ୍ୟବାନ କ୍ରୋମାଇଟ୍, ଲୁହାପଥର, ବକ୍ସାଇଟ୍ ଆଦି ପାଇଁ ଟାଟା, ବିର୍ଲା, ଅମ୍ବାନୀ ଭଳି ଶିଳ୍ପପତିମାନେ ଓଡ଼ିଶା ଆସିବାକୁ ଏକପ୍ରକାର ବାଧ୍ୟ। କିନ୍ତୁ ରାଜ୍ୟରେ ଶିଳ୍ପ ସ୍ଥାପନ କରିବାକୁ ଆଗ୍ରହୀ ଥିବା ଓଡ଼ିଶାରେ ଜନ୍ମିତ ଲୋକମାନଙ୍କୁ ଏ ଦିଗରେ ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳୁନାହିଁ। ଯେଉଁଥିପାଇଁ ନିଜ ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀମାନେ ଶିଳ୍ପ ସ୍ଥାପନ କରିବାରେ ସକ୍ଷମ ହେଉନାହାନ୍ତି। ତେଣୁ ଏହି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଓଡ଼ିଆ ଉଦ୍ୟୋଗୀଙ୍କ ପାଇଁ ନୁହେଁ ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁ ଗତକିଛି ବର୍ଷ ମଧ୍ୟରେ ୧୫୩୧୫ଟି ପଞ୍ଜିକୃତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ବନ୍ଦ ହୋଇଛି ଓ ରାଜ୍ୟର ୧.୩୦ଲକ୍ଷ ଲୋକ ଚାକିରି ହରାଇଛନ୍ତି।

ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଆଳରେ ଶିଳ୍ପାୟନର ବିକାଶ ନୁହେଁ କେବଳ ପୁଞ୍ଜିନିବେଶ ନାଁରେ ମିଛ ପ୍ରଚାର କରି ଲୋକଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି ।



from Odisha Reporter https://ift.tt/2Qumw37

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages