ଦୀପିକାଙ୍କ ମଙ୍ଗଳସୂତ୍ରର ଦାମ୍‌ କେତେ ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଦୀପିକାଙ୍କ ମଙ୍ଗଳସୂତ୍ରର ଦାମ୍‌ କେତେ ଜାଣିଛନ୍ତି?

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କପଲ୍‌ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ଚଳିତ ବର୍ଷ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଆଉ ଏଥିପାଇଁ ଦୀପିକା ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବେଙ୍ଗାଲୁର୍‌ରେ  ନିଜ ଘରେ ନନ୍ଦୀ ପୂଜନ କରି ଏବେ ସେ ମୁମ୍ବାଇ ଫେରିଆସିଛନ୍ତି।  ତାଜା ଖବର ହେଉଛି ଦୀପିକା ନିଜର ଗହଣା କିଣିବା ଆରମ୍ଭ କରିଛନ୍ତି।

ଆଜ୍ଞା ହଁ, ଇତି ମଧ୍ୟରେ ସେ ନିଜ ମଙ୍ଗଳସୂତ୍ର କିଣି ସାରିଲେଣି। ଆଉ ଜାଣିଛନ୍ତି ତା’ର ଦାମ୍‌ କେତେ। ତାଙ୍କ ଷ୍ଟାରଡମ୍‌କୁ ଦେଖି ନିଶ୍ଚିତ ଭାବେ ତାଙ୍କ ମଙ୍ଗଳସୂତ୍ରର ଦାମ୍‌ ଅନୁମାନ୍‌ କରିପାରୁଥିବେ। ରିପୋର୍ଟ ମୁତାବକ ଦୀପିକା ଯେଉଁ ମଙ୍ଗଳସୂତ୍ର କିଣିଛନ୍ତି ତା’ର ଦାମ୍‌ ହେଉଛି  ୨୦ ଲକ୍ଷ ଟଙ୍କା।  ଦୀପିକା ଏହି ମଙ୍ଗଳ ସୂତ୍ର ମୁମ୍ବାଇର ଅନ୍ଧେରୀ ସ୍ଥିତ ଏକ ଅଳଙ୍କାର ଦୋକାନରୁ କିଣିଛନ୍ତି।

ନିଜ ପାଇଁ ମଙ୍ଗଳସୂତ୍ର କିଣିବା ସହ ରଣବୀରଙ୍କ ପାଇଁ ସେ ଏକ ଚେନ୍‌ ମଧ୍ୟ କିଣିଛନ୍ତି। କୁହାଯାଉଛି ଯେ ଦୀପିକା ସେହି ଦୁଇଟି ଆଲଙ୍କାରକୁ ଛାଡ଼ି ପାଖିପାଖି ୧ କୋଟି ଟଙ୍କାର ସପିଂ କରିଛନ୍ତି।

ଦୀପିକାଙ୍କ ଗହଣା କିଣିବା ପାଇଁ ପୂର୍ବରୁ ଜୁଏଲେରୀ ସପ୍‌କୁ ସୂଚନା ଦିଆଯାଇଥିଲା।  ଦୀପିକା କେମିତି ଆରାମ୍‌ରେ ଗହଣା ପସନ୍ଦ କରି କିଣିପାରିବେ ସେଥିପାଇଁ ଜୁଏଲେରୀ ସପ୍‌ ସାଧାରଣ ଜନତାଙ୍କ ପାଇଁ  ୧ ଘଣ୍ଟା ପାଇଁ ଦୋକାନ ବନ୍ଦ କରିଥିଲା।

ସୂଚନାଯୋଗ୍ୟ ଯେ ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ୧୪-୧୫ ନଭେମ୍ବରକୁ  ଇଟାଲିର ଲେକ୍‌ କୋମୋରେ ବିବାହ କରିବାକୁ ଯାଉଛନ୍ତି। ଆଉ ତାଙ୍କର ରିସେପ୍‌ସନ୍‌ ପାର୍ଟି ଡିସେମ୍ବର ୧ ତାରିଖକୁ ମୁମ୍ବାଇରେ ଦିଅଯିବ।



from Odisha Reporter https://ift.tt/2quMfx3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages