
କଲୋମ୍ବୋ: ବର୍ତ୍ତମାନ ଶ୍ରୀଲଙ୍କା ଜେଲ୍ରେ ଥିବା ତାମିଲ ବନ୍ଦୀମାନଙ୍କୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ମୁକ୍ତି ପ୍ରଦାନ କରିବେ ବୋଲି ତାଙ୍କ ସାଂସଦ ପୁତ୍ର ନାମଲ୍ ଆଜି ସୂଚନା ଦେଇଛନ୍ତି। ଏହାଫଳରେ ରାଜପାକ୍ସେଙ୍କୁ ତାମିଲ ବିଧାୟକମାନଙ୍କର ସମର୍ଥନ ମିଳିପାରିବ
ବୋଲି ସେ କହିଛନ୍ତି। ଶ୍ରୀଲଙ୍କାରେ ସଂଖ୍ୟାଲଘୁ ତାମିଲମାନେ ଦୀର୍ଘଦିନ ଧରି ଏହି ଦାବି କରିଆସୁଛନ୍ତି।
ନାମଲ୍ ଟ୍ୱିଟ୍ କରି କହିଛନ୍ତି, “ରାଷ୍ଟ୍ରପତି ମୈଥ୍ରୀପାଲା ସିରିସେନା ଏବଂ ପ୍ରଧାନମନ୍ତ୍ରୀ ରାଜପାକ୍ସେ ଏହି ପ୍ରସଙ୍ଗରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ।”
ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲ୍ଟିଟିଇ) ଭେଲୁପିଲ୍ଲାଇ ପ୍ରଭାକରନ୍ଙ୍କ ନେତୃତ୍ୱରେ ୩୦ ବର୍ଷ ଧରି ସ୍ୱତନ୍ତ୍ର ତାମିଲ ଦେଶ ପାଇଁ ଆନ୍ଦୋଳନ କରି ଆସୁଥିଲା ଏବଂ ପ୍ରଭାକରନ୍ଙ୍କ ହତ୍ୟା ପରେ ଏହା ଥମିଯାଇଥିଲା। ଏଭଳି ଗୃହଯୁଦ୍ଧ ସମୟରେ ତାମିଲ ଦମନ ଚାଲିଥିଲା ଏବଂ ସେତେବେଳର ରାଷ୍ଟ୍ରପତି ଥିଲେ ରାଜପାକ୍ସେ। ସେ କିନ୍ତୁ ଦାବି କରିଆସୁଥିଲେ ଏ ଯୁଦ୍ଧ ତାମିଲଙ୍କ ବିରୋଧରେ ନୁହେଁ, ଏହା ଏଲ୍ଟିଟିଇ ବିରୋଧରେ। ୨୦୦୯ ମସିହାରେ ଏଲ୍ଟିଟିଇର ଅନ୍ତ ହେବା ପରେ ବିନା କୌଣସି ବିଧିବଦ୍ଧ ପ୍ରକ୍ରିୟାରେ ଏହାର କିଛି ସଦସ୍ୟଙ୍କୁ ଜେଲ୍ରେ ରଖାଯାଇଛି। ସେମାନେ ଅପରାଧୀ ନୁହେଁ ବରଂ ରାଜନୀତିକ ବନ୍ଦୀ ବୋଲି ତାମିଲମାନେ ଦାବି କରିଆସୁଛନ୍ତି।
ନମାଲ୍ଙ୍କ ଏଭଳି ମନ୍ତବ୍ୟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତାମିଲ ନ୍ୟାସନାଲ ଆଲିୟାନ୍ସ (ଟିଏନ୍ଏ)ର ସମର୍ଥନ ଗୋଟାଇବା ଏବଂ ସଂସଦରେ ନିଜ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବା। କିନ୍ତୁ ରାଜପାକ୍ସେଙ୍କ ନିଯୁକ୍ତିକୁ ବିରୋଧ କରି ତାମିଲଙ୍କ ଦଳ ତାମିଲ ନ୍ୟାସନାଲ ଆଲାଏନ୍ସ (ଟିଏନ୍ଏ) କହିଛି ଏହା ସମ୍ବିଧାନର ୧୯ତମ ଆମେଣ୍ଡମେଣ୍ଟକୁ ଉଲ୍ଲଂଘନ କରୁଛି।
from Odisha Reporter https://ift.tt/2P7a5hd
No comments:
Post a Comment