କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡ଼ିଆ-କୁଇ ଫିଲ୍ମ ‘ନିୟମଗିରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡ଼ିଆ-କୁଇ ଫିଲ୍ମ ‘ନିୟମଗିରି’

ଭବୁନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ କୋଲକାତା ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ ‘ନିୟମଗିରି- ଦି ମାଉଣ୍ଟେନ୍‌ ଅଫ୍‌ ଲ’। ବହୁଚର୍ଚ୍ଚିତ ନିୟମଗିରି ପର୍ବତରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ସଂଗ୍ରାମ ଉପରେ ଉଭୟ ଓଡ଼ିଆ ଏବଂ କୁଇ ଭାଷାରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୂର୍ଯ୍ୟଶଙ୍କର। ଏହା ପ୍ରଥମେ ଚଳିତ ବର୍ଷ ଜାନୁୟାରୀ ମାସରେ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ଇଣ୍ଟରନ୍ୟାସନାଲ ଇଣ୍ଡିଜେନସ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।

ନିୟମଗିରିକୁ ଏକ ଅତି ପବିତ୍ର ପର୍ବତ ମନେ କରୁଥିବା ଏହି ଅଞ୍ଚଳର ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧମାନେ କିଭଳି ସରକାର-କର୍ପୋରେଟ ମିଳିତ ଶକ୍ତି ଓ ସେମାନଙ୍କ ପକ୍ଷରୁ ହୋଇଥିବା ନାନା ଦମନମୂଳକ ପଦକ୍ଷେପକୁ ଭ୍ରୁକ୍ଷେପ ନ କରି ବେଦାନ୍ତର ମାଇନିଂ ପ୍ରକଳ୍ପକୁ ଦୃଢ଼ ବିରୋଧ କରିଆସୁଛନ୍ତି, ତାହା ଏଥିରେ ପ୍ରଦର୍ଶିତ ହୋଇଛି। ଏହି ନିର୍ଭୀକ ବିରୋଧ ପ୍ରଦର୍ଶନ ଯୋଗୁ ନିରୀହ ଆଦିବାସୀମାନେ କିଭଳି ନିର୍ଯାତନାର ଶିକାର ହେଉଛନ୍ତି ତାହାର କାହାଣୀ ମଧ୍ୟ ଏଥିରେ ରହିଛି। ପ୍ରାୟ ୧୦ ବର୍ଷର ଭିଡିଓ କ୍ଲିପ୍ ଏହି ପିଲ୍ମରେ ବ୍ୟବହାର କରାଯାଇଛି।

ପିଲ୍ମ ନିର୍ମାତା ସୂର୍ଯ୍ୟଶଙ୍କର ଡଙ୍ଗରିଆ କନ୍ଧଙ୍କ ଏହି ସୁଦୀର୍ଘ ଆନ୍ଦୋଳନକୁ ଅତି ନିକଟରୁ ଦେଖିଛନ୍ତି ଏବଂ ଏହାର ଡକୁମେଣ୍ଟେସନ କରିଛନ୍ତି। ସେ କହିଛନ୍ତି, “ମୁଁ ବିଶ୍ୱସ କରୁଛି ଫିଲ୍ମ ଏକ ଶକ୍ତିଶାଳୀ ମାଧ୍ୟମ ଯାହାକି ବିଭିନ୍ନ ଦିଗରୁ ଆପଣଙ୍କୁ ଗଭୀରଭାବେ ପ୍ରଭାବିତ କରିପାରେ। ଏହି ଫିଲ୍ମ ଦର୍ଶକମାନଙ୍କ ସମ୍ବେଦନଶୀଳତା ପ୍ରତି ଏକ ପ୍ରାର୍ଥନା ଯେ, ସେମାନେ ନିୟମଗିରିର ଲୋକଙ୍କର ନ୍ୟାୟ ଏବଂ ଶାନ୍ତି ପାଇଁ ଏକାଠି ହୁଅନ୍ତୁ।”



from Odisha Reporter https://ift.tt/2QpUTbe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages