ସିନେମା ଟିକେଟ୍‌ ବିକ୍ରି କରୁଥିବା ଅବ୍‌ଦୁଲ୍‌ ଆଜି ଭାରତୀୟ ସିନେମାର କିଙ୍ଗ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ସିନେମା ଟିକେଟ୍‌ ବିକ୍ରି କରୁଥିବା ଅବ୍‌ଦୁଲ୍‌ ଆଜି ଭାରତୀୟ ସିନେମାର କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍‌ରେ ରୋମାନ୍ସ କିଙ୍ଗ୍‌ ଶାହାରୁଖ୍‌ ଖାନ୍‌। ଅଭିନୟ ଆଉ ରୋମାନ୍ସରେ ପିଲାଠୁ ବୃଦ୍ଧ, ସବୁ ବୟସର ବ୍ୟକ୍ତିଙ୍କୁ ସେ ବାନ୍ଧି ରଖିଛନ୍ତି। ନିଜର ପରିଶ୍ରମ ଓ ଦମ୍‌ଦାର୍‌ ଅଭିନୟ ପାଇଁ ଆଜି ସେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ସାଜିଛନ୍ତି। ଆଜି ଶାହାରୁଖ୍‌ ପାଳୁଛନ୍ତି ତାଙ୍କ ୫୨ତମ ଜନ୍ମ ଦିବସ।

ଏହି ଚର୍ଚ୍ଚିତ ଅଭିନେତା ଜଣଙ୍କ ଷ୍ଟ୍ରଗଲିଂର କାହାଣୀ ଆପଣ ଅଳ୍ପ ବହୁତେ ଶୁଣିଥିବେ। ତେବେ ଆଜି ଆମେ ତାଙ୍କ ଜୀବନର ଆଉ କିଛି ରାଜ ଉପରୁ ପରଦା ଉଠେଇବାକୁ ଯାଉଛୁ। ଚାଲନ୍ତୁ ଜାଣିବା ସେ ବିଷୟରେ।

ଶାହାରୁଖ୍‌ ନୁହେଁ ଅବ୍‌ଦୁଲ୍‌

ଆପଣ ଯାହାକୁ ଶାହାରୁଖ୍‌ ଖାନ୍‌ ନାଁରେ ଜାଣିଛନ୍ତି ତାଙ୍କର ପ୍ରକୃତ ନାଁ ଶାହାରୁଖ୍‌ ନୁହେଁ।  ତାଙ୍କର ପ୍ରକୃତ ନାଁ ହେଉଛି ଅବ୍‌ଦୁଲ୍‌ ରହମାନ୍‌।  ଶାହାରୁଖ୍‌ଙ୍କ ଏହି ନାଁ ତାଙ୍କ ଆଈ ରଖିଥିଲେ। କିନ୍ତୁ ଏହି ନାଁ କେଉଁଠି ବି ରେଜିଷ୍ଟର ହୋଇନାହିଁ।  ଶାହାରୁଖ୍‌ଙ୍କ ବାପା ତାଙ୍କ ନାଁ ବଦଳାଇ ଶାହାରୁଖ୍‌ ଖାନ୍‌ ରଖିଥିଲେ।

ଫିଲ୍ମ କରିବାକୁ ଚାହୁଁ ନ ଥିଲେ

ନିଜ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ରୋମାନ୍ସ କିଙ୍ଗ୍‌ କେବେବି ଅଭିନୟ ଦୁନିଆକୁ ଆସିବାକୁ ଚାହୁଁ ନ ଥିଲେ। ସେ ଇଣ୍ଡିଆନ୍‌ ଆର୍ମୀରେ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆର୍ମି ସ୍କୁଲ୍‌ରେ ଆଡ୍‌ମିସନ୍‌ ବି ନେଇଥିଲେ।  କିନ୍ତୁ ତାଙ୍କ ମାଁ ଚାହୁଁ ନ ଥିଲେ ସେ ଆର୍ମୀରେ ଯାଆନ୍ତୁ ବୋଲି। ତେଣୁ ସେ ଆର୍ମୀରେ ଯିବାର ଇଚ୍ଛା ଛାଡ଼ିଦେଲେ।

୧୫ ବର୍ଷ ବୟସରେ ହୋଇଥିଲେ ବାପ ଛେଉଣ୍ଡ

ଶାହାରୁଖ୍‌ ଯେବେ ୬ ବର୍ଷର ଥିଲେ ସେତେବେଳେ ତାଙ୍କ ଆଈ ତାଙ୍କୁ ତାଙ୍କ ପାଖକୁ ନେଇ ଯାଇଥିଲେ।  ସେ ତାଙ୍କ ଆଈଙ୍କ ପାଖରେ ହିଁ ରହୁଥିଲେ। କିନ୍ତୁ ତାଙ୍କ ଆଈଙ୍କ ଦେହାନ୍ତ ପରେ  ସେ ପୁଣି ତାଙ୍କ ବାପା ମା’ଙ୍କ ପାଖକୁ ଆସି ରହିଥିଲେ। ଦୁଭାଗ୍ୟକୁ ଶାହାରୁଖ୍‌ ଯେତେବେଳେ ୧୫ ବର୍ଷର ଥିଲେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା।

ସିନେମା ହଲ୍‌ ବାହାରେ ବିକ୍ରି କରୁଥିଲେ ଟିକେଟ୍‌

ଅଭିନୟ ଦୁନିଆରେ କାମ କରିବା ପୂର୍ବରୁ  ଶାହାରୁଖ୍‌ ସିନେମା ହଲ୍‌ ବାହାରେ ଟିକେଟ୍‌ ବିକ୍ରି କରୁଥିଲେ।  ସେଥିରୁ ସେ ୫୦ ଟଙ୍କା ପାଇଥିଲେ। ଯାହା ତାଙ୍କର ପ୍ରଥମ ରୋଜଗାର ଥିଲା।  ।  ଏମିତି ଶୁଣିବାକୁ ମିଳେ ଯେ ପଙ୍କଜ ଉଦାଶ୍‌ଙ୍କ ଶୋ’ରେ ପ୍ରଥମେ ସେ କାମ ପାଇଥିଲେ।

ହୋଟେଲରେ ଚାକିରି

ଜାଣିଛନ୍ତି ଆଉ ଗୋଟିଏ କଥା ହେଉଛି ବଲିଉଡ୍‌ରେ ଆସିବା ପୂର୍ବରୁ କିଙ୍ଗ୍‌ ଖାନ୍‌ ଏକ ରେଷ୍ଟୁରାଣ୍ଟ୍‌ରେ ବି କାମ କରୁଥିଲେ।  ଶାହାରୁଖ୍‌ ଜଣେ ମଧ୍ୟବିତ୍ତ ପରିବାରର ପିଲା ଥଲେ। ତାଙ୍କର ସବୁଠୁ ଅଧିକ ନିକଟର ଥିଲେ ବାପା  ମୀର ତାଜ୍‌ ମହମ୍ମଦ ଖାନ୍‌।

ପ୍ରିୟ ଅଭିନେତା ଓ ଅଭିନେତ୍ରୀ

ଶାହାରୁଖ୍‌ଙ୍କ ପ୍ରିୟ ଅଭିନେତା ହେଉଛନ୍ତି ଦିଲ୍ଲୀପ୍ କୁମାର ଓ ପ୍ରିୟ ଅଭିନେତ୍ରୀ ମୁମ୍‌ତାଜ୍‌। ଅଭିନୟ କରିବା ସମୟରେ ସେ ପ୍ରାୟତଃ ଦିଲ୍ଲୀପ୍‌ କୁମାରଙ୍କ କପି  କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ତାଙ୍କୁ ସବୁବେଳେ ଲାଗେ ଯେ ସେ ଅଭିନୟ ପାଇଁ ଠିକ୍‌ ନୁହନ୍ତି।

ପ୍ରଥମ ଟିଭି ସିରିଏଲ୍‌

୧୯୮୯ରେ ସେ ପ୍ରଥମ ଟିଭି ସିରିଏଲ୍‌ ‘ଫୌଜୀ’ରେ ଅଭିନୟ କରି ନିଜର ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ।  ତା’ପରେ କିଛି ଦିନ ପାଇଁ ସେ ଅଭିନୟରୁ ଦୂରେଇ ଯାଇଥିଲେ।  କିନ୍ତୁ ୧୯୯୧ରେ ସେ ଅଭିନୟ ସ୍କୁଲ୍‌ ଜଏନ୍‌ କରିଥିଲେ।  ମା’ଙ୍କ ଦେହାନ୍ତ ପରେ ଅଭିନୟରେ ନିଜ କ୍ୟାରିଅର କରିବା ପାଇଁ ସେ ଦିଲ୍ଲୀରୁ ମୁମ୍ବାଇ ସିଫ୍ଟ୍‌ ହୋଇଯାଇଥିଲେ।  ପରେ ସେ ଗୋଟିଏ ଦିନରେ ୫ଟିଫିଲ୍ମ ସାଇନ୍‌ କରିଥିଲେ।

ଆଇରନ୍‌ ହୋଇଥିବା ବସ୍ତ୍ର ପିନ୍ଧି ଶୋଇପଡନ୍ତି

ଏକ ସାକ୍ଷାକାରେ ଶାହାରୁଖ୍‌ କୁହନ୍ତି ସେ ସବୁବେଳେ ଆଇରନ୍‌ ଦିଆ ହୋଇ ରହିଥିବା ପାଇଜାମା ପିନ୍ଧିକି ଶୁଅନ୍ତି।  ଶାହାରୁଖ୍‌ଙ୍କ କହିବା ଅନୁସାରେ ତାଙ୍କୁ ଜଣା ନ ଥାଏ ଯେ ତାଙ୍କ ସ୍ୱପ୍ନରେ କିଏ କେତେବେଳେ ତାଙ୍କୁ ସାକ୍ଷାତ କରିବାକୁ ଚାଲି ଆସିବ। ତେଣୁ ସେ ସବୁବେଲେ ରେଡି ହୋଇକି ଶୁଅନ୍ତି।

୧୪ ବର୍ଷରୁ ପ୍ରେମ ପରେ ବାହାଘର

ଶାହାରୁଖ୍‌ଙ୍କ ଲଭ୍‌ ତଥା ପତ୍ନୀ ଗୌରୀ ଖାନ୍‌ ଯେତେବେଳେ ୧୪ ବର୍ଷର ଥିଲେ ଶାହାରୁଖ୍‌ ତାଙ୍କୁ ପ୍ରେମ କରି ବସିଥିଲେ। ସାହାରୁଖ୍‌ଙ୍କୁ ସେତେବେଳେ ୧୮ ବର୍ଷ ହୋଇଥିଲା। ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।



from Odisha Reporter https://ift.tt/2yJRpK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages