ନିଜକୁ ‘ଜିରୋ’ ବା ଲୁଜର ବୋଲି ଅନୁଭବ କରନ୍ତି କିଙ୍ଗ୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ନିଜକୁ ‘ଜିରୋ’ ବା ଲୁଜର ବୋଲି ଅନୁଭବ କରନ୍ତି କିଙ୍ଗ୍‌ ଖାନ୍‌

ମୁମ୍ବାଇ:  ‘ଜିରୋ’ ଏହି ଶବ୍ଦଟିର ଅର୍ଥ ଲୁଜ୍‌ର ବା ହାରିଯାଇଥିବା ମଣିଷ। ଆଉ କଥାରେ ଅଛି ଜିରୋରୁ ହିଁ ମଣିଷ ହିରୋ ହୁଏ। ପ୍ରତ୍ୟେକଟି ମଣିଷ ଦିନେ ନା ଦିନେ ହାରିଛି। ଆଉ ସେହି ହାରିବା ତାକୁ ସଫଳତାର ଶିଖରରେ ପହଞ୍ଚାଇଛି।

ଆଜ୍ଞା ହଁ ଏମିତି ସବୁ କହିବାର ଅର୍ଥ ହେଉଛି ବଲିଉଡ୍‌ର ବାଦ୍‌ଶାହ ଶାହାରୁକ୍‌ ବି ନିଜକୁ ଜିରୋ ବୋଲି ଅନୁଭବ କରନ୍ତି। ଏକଥା ସେ ନିଜେ ତାଙ୍କ ଫିଲ୍ମ ‘ଜିରୋ’ର ଲଞ୍ଚ ପାର୍ଟିରେ କହିଛନ୍ତି।

ଅକ୍ଟୋବର ୨ ତାରିଖ ତାଙ୍କ ଜନ୍ମ ଦିନ ଅବସରରେ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ୍‌ କରାଯାଇଥିଲା। ଟ୍ରେଲରର ଲଞ୍ଚ୍‌ ପାର୍ଟିରେ କିଙ୍ଗ ଖାନ୍‌ଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା।  ସେହି ପାର୍ଟିରେ ଶାହାରୁଖ୍‌ଙ୍କୁ ପଚରା ଯାଇଥିବା କିଛି ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ଯେ, ସେ ଶେଷଥର ପାଇଁ କେବେ ନିଜକୁ ‘ଜିରୋ’ ବା ଲୁଜର ଅନୁଭବ କରିଥିଲେ।

ଏହାର ଉତ୍ତର ଶାହାରୁଖ୍‌ ଖୁବ୍‌ ମଜାଦାର ଢଙ୍ଗରେ ଦେଇଥିଲେ। ସେ କହିଥିଲେ, ‘‘ମୁଁ ସବୁବେଳେ ନିଜକୁ ଲୁଜର ଫିଲ୍ କରେ। ନିକଟରେ ମୁଁ ସାଙ୍ଗ ଆମୀରଙ୍କୁ ଭେଟିଥିଲି। ସେ ବି ମୋତେ କହିଥିଲେ, ତୁ ଏମିତି କାହିଁକି ଭାବୁଛୁ। ତା’ପରେ ମୋତେ ପଛରେ ଜଣାପଡ଼ିଲା ଯେ, ସେ ବି ମୋ ଭଳି ଅନୁଭବ କରୁଛନ୍ତି। ବାସ୍ତବରେ ଆମେ ସମସ୍ତେ କେବେନା  କେବେ ନିଜକୁ ‘ଜିରୋ’ ଭଳି ଅନୁଭବ କରିଥାଉ। ଏ କଥା ସତ।’’

ଶାହାରୁଖ୍‌ ଆହୁରି କହିଥିଲେ, ଥରେ ମୁଁ ମୋ ପୁଅ ଅବ୍‌ରାମ୍‌ଙ୍କୁ ମୋ ପାଖରେ ବସିବାକୁ କହିଲି। କିନ୍ତୁ ସେ ବସି ନ ଥିଲା। ମୋ ମନରେ ଏମିତି କଥା ଆସିଲା ଯେ, ସେ ଏମିତି କାହିଁକି କଲେ। ଏହାକୁ ନେଇ ମୋ ମନରେ ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରିଥିଲା।  କ’ଣ ମୁଁ ଭଲ ବାପା ନୁହେଁ। ନା ମୁଁ ତାଙ୍କୁ ସମୟ ଦେଇ ପାରୁନି। ସେତେବେଳେ ମୁଁ ମୋ ନିଜକୁ ଖୁବ୍‌ ଲୁଜର  ବା ହାରାସ୍‌ ଅନୁଭବ କରିଥିଲି। କିନ୍ତୁ ଗୌରୀ ମୋତେ ବୁଝାଇଥିଲେ ଯେ, ମୁଁ ସବୁ କଥାରେ ଏମିତି ହିଁ ଅନୁଭବ କରେ। ଏଇଟା ସାଧାରଣ କଥା।



from Odisha Reporter https://ift.tt/2P2PxGm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages