
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜାରି ହେବ ଅଭିଯୁକ୍ତଙ୍କ ସ୍କେଚ୍। ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଦିନକ ତଳେ ପୋଲସରାର ବାଲିଛାଇ ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିଲା।
ନାବାଳିକା ଶୋଇଥିବା ବେଳେ ଚୋରି କରିବାକୁ ଆସିଥିବା ଚୋରମାନେ ତାଙ୍କୁ ଘରୁ ଟେକି ନେଇ ପାଖରେ ଥିବା ଏକ ଜମିରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ରାତିରେ ଝିଅକୁ ଘରେ ନପାଇ ପରିବାର ଲୋକେ ଘର ବାହାରେ ଖୋଜିଥିଲେ। ଘରଠାରୁ କିଛି ଦୂରରେ ବିଲ ଭିତରୁ ଝିଅର ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଏଥିପାଇଁ ସ୍କେଚ୍ ଜାରି କରାଯିବ ବୋଲି ଗଞ୍ଜାମ ଏସ୍ପି କହିଛନ୍ତି।
from Odisha Reporter https://ift.tt/2CWpwBr
No comments:
Post a Comment