ସେଦିନ ଅପରାଜିତା କହିଥିଲେ ‘ମତେ କୁଆଡ଼େ ଅନ୍ଧାର ଦିଶୁନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ସେଦିନ ଅପରାଜିତା କହିଥିଲେ ‘ମତେ କୁଆଡ଼େ ଅନ୍ଧାର ଦିଶୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚର୍ଚ୍ଚାରେ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀ।୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱେଚ୍ଛାକୃତ ଅବସର ନେଇ ଓଡ଼ିଶା ସରକାରଙ୍କ କ୍ୟାଡର କ୍ଲିଅରାନ୍ସ ମିଳିବା ପରେ ସେ ରାଜନୀତିରେ ପାଦଥାପିବା ନେଇ ଚର୍ଚ୍ଚା ଜୋର ଧରିଛି। ଏମିତିକି କିଛି ଦିନ ହେଲା ଅପରାଜିତା ସୋଶାଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ  ସେ ଏକ ଟ୍ୱିଟ୍‌ କରି କହିଛନ୍ତି, “ମୋ ଜୀବନର ଲକ୍ଷ୍ୟ କେବଳ ତିଷ୍ଠି ରହିବା ନୁହେଁ, ବରଂ ସଫଳ ହେବା।” ତାଙ୍କର ଏହି ମତ କିଛି ଗୋଟେ ବଡ଼ ପଦକ୍ଷେପକୁ ଇଙ୍ଗିତ କରୁଛି। ଜଣେ ସଚ୍ଚୋଟ ଏବଂ ନିର୍ଭୀକ ଆଇଏସ୍‌ ଅଫିସର ଭାବେ ପରିଚିତ ଅପରାଜିତା ଖୁବ୍‌ ରୋକଠୋକ୍‌ କଥା କୁହନ୍ତି।

୨୦୧୩ରେ ସେ ଗଣଶିକ୍ଷା ସଚିବ ଥିଲା ବେଳେ ଓଟିଭିର ‘ପ୍ରେରଣା’ କାର୍ଯ୍ୟକ୍ରମକୁ ଆସି ଏକ ଓଜ୍ଜସ୍ୱନୀ  ଭାଷଣ ଦେଇଥିଲେ। ଭାଷଣଟି ପୁରୁଣା ହେଲେ ମଧ୍ୟ ତାହା ଖୁବ୍‌ ପ୍ରେରଣାଦାୟକ ଓ ତାଙ୍କ କାର୍ଯ୍ୟଧାରାସହ ସାମଞ୍ଜସ୍ୟ ରଖେ। ସେଦିନ ସେ କହିଥିଲେ, “ମତେ କୁଆଡ଼େ ଅନ୍ଧକାର ଦିଶୁନି।”

ପ୍ରସଙ୍ଗ ଥିଲା ପୁରୁଷ ପ୍ରଧାନ ସମାଜରେ  ନାରୀ ପ୍ରଗତିର ଧାରା କେମିତି ରହୁଛି। ପୁରୁଷଙ୍କୁ ଛାଡ଼ି ନାରୀ ପ୍ରଗତି କଣ ସମ୍ଭବ କି?  ଏହି ପ୍ରଶ୍ନର ଉତ୍ତର ଦେଇ ଅପରାଜିତା କହିଥିଲେ,”ଏସବୁ କଥା ଶୁଣି ମତେ କୁଆଡ଼େ ଅନ୍ଧକାର ଦିଶୁନି। ମତେ ବହୁତ ଆତ୍ମବିଶ୍ୱାସ ଦିଶୁଛି। ସବୁଆଡ଼େ ମୁଁ ବହୁତ ଶକ୍ତି ଦେଖୁଛି। ସେ କହିଥିଲେ ଯେ, ମୁଁ ଜାଣେ ବର୍ତ୍ତମାନ ହଜାର ହଜାର ପରିବାରରେ ନାରୀ ନିର୍ଯାତନା ଅଛି।

“ମୁଁ ଜାଣିଛି ଏବେ ବି ହଜାର ହଜାର ପରିବାରର ଝିଅମାନେ ସ୍କୁଲ ଯାଉନାହାନ୍ତି। ଯେଉଁ ସବୁ ଜାଗାରେ ସୁଯୋଗ ଦେବା କଥା ତାହା ମିଳୁ ନାହିଁ। ତା’ସତ୍ତ୍ୱେ ବି ଅନ୍ଧକାର ଦିଶୁ ନାହିଁ। ଆମେ ଠିକ୍‌ ଯାତ୍ରାରେ ଅଛୁ ଓ ଠିକ୍‌ ବାଟରେ ଅଛୁ।”



from Odisha Reporter https://ift.tt/2QOUPCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages