
ନୂଆଦିଲ୍ଲୀ: ଆମେରିକାର ଟେକସାସ୍ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ନିଆରା ଢଙ୍ଗରେ ଏହାର ସେଲିବ୍ରେସନ୍ କରିଛନ୍ତି। ତାଙ୍କ ନାଁ କିମ୍ବେର୍ଲି ଷ୍ଟେନଲେବେନ୍ (୪୩)। ବାହାଘରର ୧୪ ବର୍ଷ ପରେ ସେ ବିବାହ ବନ୍ଧନରୁ ମୁକ୍ତ ହୋଇଛନ୍ତି। ଏହି ଅବସରରେ ସେ ଏକ ‘ଡିଭୋର୍ସ ପାର୍ଟି’ର ଆୟୋଜନ କରିଥିଲେ।
ଏହି ପାର୍ଟିରେ କେକ୍ କାଟିବା ସହ ତାଙ୍କ ବିବାହ ପୋଷାକରେ ନିଆଁ ଲଗାଇବାକୁ ମଧ୍ୟ ସ୍ଥିର କରାଯାଇଥିଲା।
ତେଣୁ କିମ୍ବେର୍ଲି ପ୍ରଥମେ ନିଜ ବିବାହ ପୋଷାକରେ ବିସ୍ଫୋରକ ରଖି ଏହାକୁ ନିଆଁ ଲଗାଇ ଦେଇଥିଲେ। ଏହାପରେ ଯେଉଁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ତା’ର ଶଦ୍ଦ ୨୫ କିଲୋମିଟର ପର୍ଯ୍ୟନ୍ତ ଶୁଣା ଯାଇଥିଲା।
ତେବେ କିମ୍ବେର୍ଲିଙ୍କ କହିବା ଅନୁସାରେ,“ବିବାହ ପୋଷାକ ଏକ ବଡ଼ ମିଛ ଥିଲା, ତେଣୁ ଏହାକୁ ଜାଳିଦେବାକୁ ନିଷ୍ପତ୍ତି ନେଇଥିଲି।”
ଏନେଇ କିମ୍ବେର୍ଲିଙ୍କ ଭଉଣୀ କାର୍ଲା କହିଛନ୍ତି,“ ୯ ନଭେମ୍ୱରରେ ଛାଡ଼ପତ୍ରର ପ୍ରକ୍ରିୟା ଶେଷ ହୋଇଥିଲା। ଛାଡ଼ପତ୍ରକୁ ସେଲିବ୍ରେସନ୍ କରିବାର ଏହା ଏକ ଚିତ୍ତାକର୍ଷକ ଉପାୟ ଥିଲା ।”
from Odisha Reporter https://ift.tt/2PE0HBK
No comments:
Post a Comment