ଧୋନିଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ କପିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଧୋନିଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ କପିଲ୍

kapil

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଆସନ୍ତା ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କରିବେ। ତା’ପୂର୍ବରୁ ସେ ଅବସର ନେବେ ନାହିଁ। ବିଭିନ୍ନ ସମୟରେ ତାଙ୍କୁ ନେଇ ଆସୁଥିବା ଖବରରୁ ଆପାତତଃ ଏହା ବୁଝାପଡ଼ୁଛି। ଅବଶ୍ୟ ଏନେଇ ସେ ମୁହଁ ଖୋଲି ନାହାନ୍ତି।

ତେବେ ଆଗ ଭଳି ଆଉ ଧୋନିଙ୍କ ବ୍ୟାଟ୍‌ରୁ ରନ୍ ବର୍ଷା ହେଉ ନାହିଁ। ସେଥିପାଇଁ ଅନେକ କ୍ରିକେଟ୍ ପ୍ରେମୀ ତାଙ୍କ ଉପରେ ଅସନ୍ତୁଷ୍ଟ। ଅନ୍ୟପକ୍ଷରେ ତାଙ୍କୁ ତାଙ୍କ ଫ୍ୟାନ୍‌ଙ୍କ ସମର୍ଥନ ମିଳୁଛି। ଯେତେବେଳେ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ରେ ସାମିଲ କରାଗଲା ନାହିଁ ଓ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ୍‌ରେ ପାଇଁ ଚୟନ କରାଗଲା ନାହିଁ, ତାଙ୍କ ଫ୍ୟାନ୍‌ମାନେ ଅସନ୍ତୋଷ ଜାହିର କରିଥିଲେ। ଏହାକୁ ନେଇ ତାଙ୍କ ଅବସର ପ୍ରସଙ୍ଗ ବି ଉଠିଥିଲା। ତେବେ ଚୟନକର୍ତ୍ତା ମୁଖ୍ୟ ଏନେଇ ସ୍ପଷ୍ଟୀକରଣ ଦେଇଥିଲେ ଯେ ଧୋନିଙ୍କ ବିକଳ୍ପ ଖୋଜିବା ପାଇଁ ଏହା ଏକ ପ୍ରୟାସ ମାତ୍ର। ଧୋନିଙ୍କ କ୍ୟାରିୟର ଏଠାରେ ଶେଷ ହୋଇନାହିଁ।

ଧୋନିଙ୍କୁ ନେଇ କିଛି ଦିନ ତଳେ ଗାଭାସ୍କର କହିଥିଲେ ଯେ ବିଶ୍ୱକପ୍ ଟିମ୍‌ରେ ଅଧିନାୟକ ବିରାଟ କୋହଲି ତାଙ୍କୁ ସାମିଲ କରିବାକୁ ଚାହିଁବେ। କାରଣ ସେ ଧୋନିଙ୍କ ଅନୁଭୂତି ଓ ଅଭିଜ୍ଞତାର ଉପଯୋଗ କରିବାକୁ ଚାହିଁବେ। ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ୍ ଦେବ ମଧ୍ୟ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି।

ଏନ୍‌ଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି,“ତାଙ୍କ ପାଖରେ ବହୁତ ଅଭିଜ୍ଞତା ରହିଛି। ଯଦି ସେ ତାଙ୍କ ଅଭିଜ୍ଞତା ବଳରେ ଟିମ୍‌କୁ ସାହାଯ୍ୟ କରିପାରିବେ, ତା’ହେଲେ ଏହା ବହୁତ ଭଲ କଥା। କିନ୍ତୁ ଗୋଟିଏ କଥା ସମସ୍ତେ ବୁଝିବା ଉଚିତ୍ ଯେ ସେ ଆଉ ୨୦ ବର୍ଷ ବୟସର ଧୋନି ନୁହନ୍ତି। ସେ ଆଉ ୨୦ ବର୍ଷର ଧୋନି ହୋଇପାରିବେ ନାହିଁ। ଏମିତି ଆଶା କରିବା ନିରର୍ଥକ। ବର୍ତ୍ତମାନ ସେ କେବଳ ଭଲ କ୍ରିକେଟ୍ ଖେଳିପାରିବେ। ସେ ଟିମ୍ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି। ତେବେ ସବୁକିଛି ନିର୍ଭର କରୁଛି ତାଙ୍କ ଫିଟ୍‌ନେସ୍ ଉପରେ। ସେ ଆହୁରି ମ୍ୟାଚ୍ ଖେଳନ୍ତୁ ବୋଲି ମୁଁ କାମନା କରୁଛି।”

କପିଲ କହିଛନ୍ତି,“ମୁଁ ଭାବୁଛି ସେ ଯାହା କରିବା କଥା କରିସାରିଛନ୍ତି। ସେ ବଢ଼ିଆ କାମ କରିଛନ୍ତି।”



from Odisha Reporter https://ift.tt/2FrC3zt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages