୨ ଲୋକସଭା ଓ ୧୭ ବିଧାନସଭା ଆସନରେ ଲଢ଼ିବ ସିପିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

୨ ଲୋକସଭା ଓ ୧୭ ବିଧାନସଭା ଆସନରେ ଲଢ଼ିବ ସିପିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟର ୨ଟି ଲୋକସଭା ଓ ୧୭ଟି ବିଧାନସଭା ଆସନରେ ଲଢ଼ିବା ପାଇଁ ସିପିଆଇ ନିଷ୍ପତ୍ତି ନେଇଛି।୨ଦିନ ଧରି ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକରେ ଏହି ଆସନଗୁଡ଼ିକୁ ଚିହ୍ନଟ କରାଯାଇଥିବାବେଳେ ଡିସେମ୍ବର ୧୫ତାରିଖ ସୁଦ୍ଧା ପୁଣିଥରେ ଜିଲ୍ଲା କମିଟିଗୁଡ଼ିକ ସହ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ଆସନ ସଂଖ୍ୟା ବୃଦ୍ଧି କରାଯିବ।

ସିପିଆଇ ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତ ଦୁଇଦିନ ଧରି ହୋଇଥିବା ବୈଠକରେ ଆସିକା ଓ ଜଗତସିଂହପୁର ଲୋକସଭା ଆସନ ସହିତ ୧୭ଟି ବିଧାନସଭା ଆସନରେ ଦଳ ଲଢ଼ିବା ନିମନ୍ତେ ଚିହ୍ନଟ କରିଛି। ଜିଲ୍ଲା କମିଟିଗୁଡ଼ିକୁ ଜିତିବା ସମ୍ଭାବନା ଅବା ରାଜନୀତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଆସନ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ଡିସେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଦଳର ଜାତୀୟ ପରିଷଦ ବୈଠକରେ ସାଧାରଣ ନିର୍ବାଚନ ପାଇଁ ରଣନୀତିକୁ ଚୂଡ଼ାନ୍ତ କରାଯିବ।

ବିଜେପି ଓ ତା’ର ସହଯୋଗୀ ଦଳଗୁଡ଼ିକୁ ପରାସ୍ତ କରିବା ପାଇଁ ସମସ୍ତ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଓ ବାମପନ୍ଥୀ ଦଳମାନେ ଗୋଟିଏ ମଞ୍ଚରେ ଏକଜୁଟ ହେବା ଜରୁରୀ। ଏହି ପୃଷ୍ଠଭୂମିରେ ଆଗାମୀ ଡିସେମ୍ବର ୫ରୁ ୭ତାରିଖ ୩ଦିନ ଧରି ରାଜ୍ୟର ସମସ୍ତ ଅଂଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି, ଦୁର୍ନୀତି ଓ ସାମ୍ପ୍ରଦାୟିକତା ବିରୋଧରେ କାର୍ଯ୍ୟକ୍ରମ କରାଯିବ। କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନମାନଙ୍କ ଜାନୁୟାରୀ ୮ ଓ ୯ରେ ଦେଶବ୍ୟାପୀ ଧର୍ମଘଟକୁ ମଧ୍ୟ ସଫଳ କରାଯିବ।

ଏହି ଦୁଇଦିନିଆ ବୈଠକରେ ସିପିଆଇ ଜାତୀୟ ସମ୍ପାଦକ ଡି.ରାଜା, ସିପିଆଇ ରାଜ୍ୟ ସଭାପତି ଅମରେନ୍ଦୁ ମହାନ୍ତି, ଦିବାକର ନାୟକ, ଅଭୟ ସାହୁ, ସୌରୀବନ୍ଧୁ କର, ରାମକୃଷ୍ଣ ପଣ୍ଡା, ପ୍ରଶାନ୍ତ ପାଟ୍ଟଯୋଶୀ, ନାରାୟଣ ରେଡ୍ଡୀ ଓ ଅଶୋକ ଦାସ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ ବୋଲି ଶ୍ରୀ କାନୁନଗୋ କହିଛନ୍ତି। ଗତକାଲି ଦଳର ଜାତୀୟ ସମ୍ପାଦକ ଡି.ରାଜା ମଧ୍ୟ ସଚିବାଳୟ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜାତୀୟ ରାଜନୀତିକ ପରିଦୃଶ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2zfsgHA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages