ବିସିସିଆଇ ଠାରୁ କ୍ଷତିପୂରଣ ଦାବି କରି ନିରାଶ ହେଲା ପାକ୍‌ କ୍ରିକେଟ୍‌ ବୋର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ବିସିସିଆଇ ଠାରୁ କ୍ଷତିପୂରଣ ଦାବି କରି ନିରାଶ ହେଲା ପାକ୍‌ କ୍ରିକେଟ୍‌ ବୋର୍ଡ

ମୁମ୍ବାଇ: ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳିବାକୁ ପାକିସ୍ତାନ ଆସୁନାହିଁ। ଏଥିପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ କୋଟି କୋଟି ଟଙ୍କାର କ୍ଷତି ସହୁଛି। ଏଥିପାଇଁ ବିସିସିଆଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ କ୍ଷତି ପୂରଣ ଦେବା ଦରକାର ବୋଲି ଦାବି କରି ପାକିସ୍ତାନ ଆଇସିସି ନିକଟରେ ଫେରାଦ ହୋଇଥିଲା। କିନ୍ତୁ ଆଇସିସିର ବିବାଦ ସମାଧାନ କରୁଥିବା କମିଟି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ସମସ୍ତ ଅଭିଯୋଗ ଓ ଦାବିକୁ ଅଗ୍ରାହ୍ୟ କରିଦେଇଛି।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଗତବର୍ଷ ଆଇସିସି ନିକଟରେ ଏଭଳି ଅଭିଯୋଗ କରି ବିସିସିଆଇଠାରୁ ୭୦ ମିଲିୟନ୍‌ ଡଲାର (ପ୍ରାୟ ପାଞ୍ଚଶହ କୋଟି) କ୍ଷତିପୂରଣ ମାଗିଥିଲା। ତେବେ ଆଇସିସି ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରିଥିଲେ। ଆଇସିସି ଡିସପ୍ୟୁଟ୍‌ ପ୍ୟାନେଲ୍‌ ପାକିସ୍ତାନର ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିଥିଲେ।

ଭାରତ-ପାକିସ୍ତାନ ମଧ୍ୟରେ କୂଟନୀତିକ ବିବାଦ ଲାଗି ରହିଥିବାରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ହୋଇପାରିବ ନାହିଁ ବୋଲି ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାକିସ୍ତାନ ଆତଙ୍କବାଦ ବନ୍ଦ କଲେ ଭାରତ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2To4AZM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages