ବିଜେପିକୁ କଟାକ୍ଷ କଲେ ନରସିଂହ, କହିଲେ ଚୋର୍‌ ମଚାଏ ଶୋର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ବିଜେପିକୁ କଟାକ୍ଷ କଲେ ନରସିଂହ, କହିଲେ ଚୋର୍‌ ମଚାଏ ଶୋର୍‌

narasingha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ବିଜେପି ଅଭିଯୋଗ କରିଥିଲା ଯେ, ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରି ସଂପର୍କ ଅଛି। କୃଷ୍ଣ ସଗରିଆଙ୍କ ଚିଠିକୁ ଆଧାର କରି ନାରାବାଜି ଦେଇଥିଲେ ବିଜେପି ସଦସ୍ୟ। ଭୂପିନ୍ଦରଙ୍କ ପରି ନରସିଂହ ମିଶ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ଡିଲ୍‌ କରିଛନ୍ତି। ଏପରିକି ନବୀନ-କଂଗ୍ରେସ ଏକ, ବିଜେଡି-କଂଗ୍ରେସ ଭାଇଭାଇ ସ୍ଲୋଗାନ ଦେଇଥିଲେ।

ସେପଟେ ବିଜେପିର ଅଭିଯୋଗକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କଟାକ୍ଷ କରି କହିଛନ୍ତି-“ଚୋର୍ ମଚାଏ ଶୋର୍। ବିଜେଡି-ବିଜେପି ଭାଇଭାଇ ବୋଲି ଆମେ ବିଭିନ୍ନ ସମୟରେ କହିଆସିଛୁ। ବିଜେପି ସଫଳତା ନେଇ ଦେଖୁଥିବା ସ୍ୱପ୍ନ ଦୂରେଇଯିବାରୁ ଏପରି ଆଚରଣ ଦେଖାଉଛି। ବିଧାନସଭାର ପ୍ରୋସିଡିଂ ଓଲଟାଇଲେ ଜାଣିପାରିବେ କଣ କରିଛୁ। ଚିଟଫଣ୍ଡ୍ ପ୍ରସଙ୍ଗ ଉଠାଇଲା ବେଳେ ମୋର ଇସ୍ତଫା ଦାବି ହୋଇଥିଲା। ମୋତେ କୁହାଇ ନ ଦେବାକୁ ଶାସକ ଦଳ କାର୍ଯ୍ୟ କରିଥିଲା। ଯେତେବେଳେ ବିଜେପି ବିଧାୟିକାଙ୍କୁ ଅଶାଳୀନ ମନ୍ତବ୍ୟ ଦିଆଯାଉଥିଲା, ଆମେ ସେତେବେଳେ ତାଙ୍କୁ ସୁରକ୍ଷା ଦେଇଥିଲୁ। ଚାଷୀ ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଣ ଦିଶିଲା ନାହିଁ? ଜଣ୍ଡିସ୍ ହେଲେ ଯେମିତି ସବୁ ହଳଦିଆ ଦିଶେ, ଠିକ୍‌ ସେମାନଙ୍କ ଅବସ୍ଥା ସେମିତି ହୋଇଛି।”

ବିଜେଡି-ବିଜେପି ଓ ବିଜେଡି-କଂଗ୍ରେସ ଭିତିରି ସମ୍ପର୍କ ନେଇ ବିଜେଡି ମୁଖପାତ୍ର ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି-“ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ, ଆମେ ସମଦୂରତା ବଜାୟ ରଖିଛୁ। କେନ୍ଦ୍ରର ଅବହେଳା ସମ୍ପର୍କରେ ଆମେ ଅନେକ ଥର ସ୍ୱର ଉଠାଇଛୁ। ଆମ ଆଭିମୁଖ୍ୟ ସମ୍ପର୍କରେ ସେମାନେ ଜାଣନ୍ତିନି, ତେଣୁ କହୁଛନ୍ତି।”



from Odisha Reporter https://ift.tt/2A82If2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages