
ମୁମ୍ବାଇ:ଶାହାରୁଖ୍ ଖାନ୍ଙ୍କ ପୁଅ ଅବ୍ରାମ୍ ଖାନ୍ ପ୍ରସିଦ୍ଧ ଷ୍ଟାର୍ କିଡ୍ଙ୍କ ମଧ୍ୟରୁ ଜଣେ। ତାଙ୍କ ଚାଲିଚଳନ ଉପରେ ଗଣମାଧ୍ୟମର ନଜର। ନିକଟରେ ତାଙ୍କୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ୍ଙ୍କ ଝିଅ ଆରାଧ୍ୟାଙ୍କ ଜନ୍ମ ଦିନ ପାର୍ଟିରେ ଦେଖିବାକୁ ମିଳିଥିଲା। ଅବ୍ରାମ୍ ବୟସରେ ଖୁବ୍ ଛୋଟ। କିନ୍ତୁ ନଖରାମି ପୂରା ଷ୍ଟାର୍ ଭଳି। ତାଙ୍କ ନଟଖଟିର ଏକ ଝଲକ୍ ବଚ୍ଚନ ପରିବାରର ପାର୍ଟିରେ ଦେଖିବାକୁ ମିଳିଛି।
ନିକଟରେ ଅବ୍ରାମ୍ ନିଜ ଆରାଧ୍ୟାଙ୍କ ଜନ୍ମ ଦିନ ପାର୍ଟିରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ରହିବା ପରେ ସେ ନିଜ ଦାଦି ମା’ଙ୍କ ସହ ପାର୍ଟିରୁ ଫେରୁଥିଲେ। ଅବ୍ରାମ୍ କାରରେ ବସିବା ସମୟରେ ଗଣମାଧ୍ୟମର ଫଟୋ ଗ୍ରାଫରମାନେ ଫଟୋ କ୍ଲିକ୍ କରିବା ଆରମ୍ଭ କରିଦେଲେ। ଆଉ ଏସବୁ ଦେଖି କୁନି ଅବ୍ରାମ୍କୁ ଖୁବ୍ ରାଗ ଆସିଯାଇଥିଲା। ସେ ରାଗିଯାଇ କହିଥିଲେ- “ନୋ ପିକ୍ଚର”। ଆଉ ଅବ୍ରାମ୍ଙ୍କ ସେହି ଅନ୍ଦାଜ୍ ଯେମିତି କେଉଁ ବଡ଼ ଷ୍ଟାର ପରିଥିଲା। ଆସିବନି ବା କେମିତି। କିନ୍ତୁ ତାଙ୍କର ଏମିତି ପ୍ରତିକ୍ରିୟା ସେଠାରେ କୌତୁହଳ ସୃଷ୍ଟି କରି଼ଥିଲା।
ଆହୁରି ପଢ଼ନ୍ତୁ: ଅମିତାଭଙ୍କୁ ଶାହ୍ରୁଖଙ୍କ ବାପା ବୋଲି ଭାବନ୍ତି ଅବ୍ରାମ୍ !
from Odisha Reporter https://ift.tt/2qRq9oB

No comments:
Post a Comment