ବନ୍ଦ ହୋଇଯିବ ଦେଶର ୫୦% ଏଟିଏମ, ଲୋକେ ଭୋଗିବେ ଯନ୍ତ୍ରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ବନ୍ଦ ହୋଇଯିବ ଦେଶର ୫୦% ଏଟିଏମ, ଲୋକେ ଭୋଗିବେ ଯନ୍ତ୍ରଣା

ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟକାରୀ ହେଉଥିବା ଏଟିଏମ୍‌ଗୁଡ଼ିକ ମଧ୍ୟରୁ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୫୦% ଅଚଳ ହୋଇଯିବ। ରକ୍ଷାଣବେକ୍ଷଣ ଓ ଏଟିଏମ ଅପଗ୍ରେଡେସନ୍‌ ପାଇଁ ଏଗୁଡ଼ିକ ବନ୍ଦ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି।

ଏପରି ହେଲେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନଗଦ ଟଙ୍କାର ଘୋର ଅଭାବ ଦେଖିବାକୁ ମିଳିବ। ଲୋକମାନେ ପୂର୍ବଭଳି ବ୍ୟାଙ୍କରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଟଙ୍କା ସଂଗ୍ରହ କରିବାକୁ ବାଧ୍ୟ ହେବେ।
ସିଏଟିଏମ୍‌ଆଇର ନିର୍ଦ୍ଦେଶକ ଭି ବାଲସୁବ୍ରମନିଅନ୍‌ କହିଛନ୍ତି, ବର୍ତ୍ତମାନ ଦେଶରେ ପାଖାପାଖି ୨୩୮,୦୦୦ଟି ଏଟିଏମ୍‌ ସ୍ଥାପନ କରାଯାଇଛି। ଏଗୁଡ଼ିକ ମଧ୍ୟରୁ ୧ ଲକ୍ଷ ଅଫ୍‌ ସାଇଟ୍‌(ବ୍ୟାଙ୍କ ବାହାରେ ଥିବା ଏଟିଏମ୍‌) ଓ ୧୫ ହଜାରରୁ ଅଧିକ ହ୍ୱାଇଟ୍ ଲେବଲ୍‌ ଏଟିଏମ(କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ସହ ଜଡ଼ିତ ନଥିବା ଏଟିଏମ) ବନ୍ଦ ହୋଇଯିବ।

ଏପରି ହେଲେ ନଗଦ ଟଙ୍କା ଉପରେ ନିର୍ଭର କରୁଥିବା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ହିତାଧୀକାରୀମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ। ସେହିପରି ସହରାଞ୍ଚଳରେ ବିମୁଦ୍ରାକରଣ ବେଳେ ଯେଉଁଭଳି ନଗଦ ଟଙ୍କା ପାଇଁ ଉଭୟ ଏଟିଏମ ଏବଂ ବ୍ୟାଙ୍କରେ ଧାଡ଼ି ଲାଗୁଥିବା ସେଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେବ ବୋଲି ସେ ଆଶଙ୍କା କରିଛନ୍ତି।
ହାର୍ଡୱେର ଓ ସଫ୍ଟୱେର ଅପଗ୍ରେଡେସନ୍‌ କରାଯିବା ନିଷ୍ପତ୍ତି ଯୋଗୁ ଏହାର ପରିଚାଳନାରେ ଘୋର ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏଟିଏମ୍‌ ପରିଚାଳନା ସଂସ୍ଥା ଗୁଡ଼ିକ ଏଗୁଡ଼ିକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି।

ଏହାଦ୍ୱାରେ କେବଳ ସାଧାରଣ ଲୋକ ପ୍ରଭାବିତ ହେବେ ତାହା ନୁହେଁ, ବରଂ ଅନେକ ଲୋକ ନିଯୁକ୍ତି ହରାଇବେ। ଏଥିସହ ସରକାରଙ୍କ ବୀତ୍ତିୟ ବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ଏବେ ଛୋଟ ସହର ଗୁଡ଼ିକରେ ଏଟିଏମଗୁଡ଼ିକୁ ବନ୍ଦ କରାଯାଉଛି। କାରଣ ଏବେ ସରକାର ଏଟିଏମରେ ଚିପ୍‌ ବ୍ୟବସ୍ଥା କରିବାକୁ ଯାଉଛନ୍ତି।

ଏହାଦ୍ୱାରା ଏଟିଏମ୍‌ରେ ନୂଆ ସଫ୍ଟୱେର ଇନଷ୍ଟଲ କରିବାକୁ ପଡ଼ିବ। ଏଥିସହ ସିସିଟିଭିଠାରୁ ଆରମ୍ଭ କରି ଅନେକ ବ୍ୟବସ୍ଥା କରିବାକୁ ନିୟମ ରହିଛି। ଏଥିପାଇଁ ପାଖାପାଖି ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏପରି ସ୍ଥିତିରେ ଏଟିଏମ ଚଳାଇବା କଷ୍ଟକର ବୋଲି ଅନୁଭବ କରି ଏହାର କମ୍ପାନୀମାନେ ଏଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2qVta7m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages