ନବୀନ ନିବାସରେ ବୁଲିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ଉଠାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ନବୀନ ନିବାସରେ ବୁଲିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ଉଠାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌.ରେହମାନ୍‌। ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ‘ଅସ୍କାର’ ବିଜେତା ରେହମାନ୍‌ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ବେଶ୍‌ କିଛି ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ନବୀନ ନିବାସରେ ବୁଲି ବୁଲି ନବୀନଙ୍କ ସହିତ ସେଲ୍‌ଫି ମଧ୍ୟ ଉଠାଇଛନ୍ତି ସଂଗୀତକାର ଏ.ଆର୍‌. ରେହମାନ।

ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ଉତ୍ସବରେ ଉଭୟ କଟକ ଓ ଭୁବନେଶ୍ୱରରେ ସଙ୍ଗୀତ ପରିବେଷଣ କରିବେ ରେହମାନ। ଭୁବନେଶ୍ୱରରେ ୨୭ ତାରିଖରେ ଓ କଟକ ବାରବାଟୀ ଷ୍ଟାଡିୟମ୍‌ରେ ୨୮ ତାରିଖରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ।

ଅନ୍ୟପକ୍ଷରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ବାରବାଟୀ ଯାଇ ପ୍ରସ୍ତୁତି ଓ ସୁରକ୍ଷାର ସମୀକ୍ଷା କରିଛନ୍ତି ଡିସିପି ଅଖିଳେଶ୍ୱର ସିଂହ। ଷ୍ଟାଡିୟମରେ ପ୍ରବେଶ, ପ୍ରସ୍ଥାନ, ପାର୍କିଂର ଉପଯୁକ୍ତ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଉଛି।

ଦେଖନ୍ତୁ ନବୀନ ନିବାସରେ ନବୀନଙ୍କ ସହ ରେହମାନଙ୍କ ଚିତ୍ର:



from Odisha Reporter https://ift.tt/2R8XqqK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages