ମହାବଳ ‘ମହାବୀର’କୁ ହତ୍ୟା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ମହାବଳ ‘ମହାବୀର’କୁ ହତ୍ୟା !

tiger

ଅନୁଗୋଳ (ବିରଜା ଦାସ): ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି। ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳ ବାଘ ‘ମହାବୀର’କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସାତକୋଶିଆ କୋର୍‌ ଅଞ୍ଚଳରୁ ଗତକାଲି ଯୁବ ମହାବଳ ‘ମହାବୀର’ର ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ବନ ବିଭାଗ ତରଫରୁ କୌଣସି ସ୍ପଷ୍ଟୀକରଣ ମିଳ ନଥିଲେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ତେବେ ‘ମହାବୀର’ର ମୃତ୍ୟୁ ହୋଇଛି ନା ତାକୁ କେହି ଶିକାର କରିଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆରେ ‘ମହାବୀର’ ଘୁରି ବୁଲୁଥିବା ବେଳେ ତା’ର ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ମହାବଳର ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ତା’ ବେକରେ ରେଡିଓ କୋଲାର ଖଞ୍ଜା ଯାଇଥିଲା। ରେଡିଓ କୋଲାରକୁ ସାଟେଲାଇଟ୍‌ ସହ ସଂଯୋଗ କରାଯାଇଥିଲା। ସେହି ରେଡିଓ କୋଲାର ଦ୍ୱାରା ହିଁ ମୃତ୍ୟୁର ସୂଚନା ମିଳିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ମାଧ୍ୟମରେ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ‘ମହାବୀର’କୁ ଅଣାଯାଇଥିଲା। ଏହା ଥିଲା ଦେଶରେ ପ୍ରଥମ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତର ପ୍ରକଳ୍ପ। ଗତ ଜୁନ ମାସରେ ମହାବଳକୁ ଅଣାଯାଇଥିବାବେଳେ ଏହାକୁ ନେଇ ସାତକୋଶିଆରେ କୌଣସି ବିବାଦ ଦେଖାଦେଇ ନଥିଲା। ମଧ୍ୟପ୍ରଦେଶରୁ ଅଣାଯିବାପରେ ମହାବୀରକୁ ସାତକୋଶିଆରେ ତିଆରି ହୋଇଥିବା ସ୍ୱତନ୍ତ୍ର ଖୁଆଡ଼ ବା ଏନ୍‌କ୍ଲୋଜରରେ ରଖାଯାଇଥିଲା। କାହ୍ନାର ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଖୁଆଡ଼ କରାଯାଇଥିଲା। ବାଘ ପାଇଁ ଆବଶ୍ୟକ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିଛିଦିନ ବାଘକୁ ଏହି ଏନ୍‌କ୍ଲୋଜରରେ ରଖାଯିବା ପରେ ଜଙ୍ଗଲ ଭିତରକୁ ଛଡ଼ାଯାଇଥିଲା। ତାର ଗତିବିଧି ଅନୁଧ୍ୟାନ ପାଇଁ ବାଘ ବେକରେ ଜିପିଏସ୍  ଉପକରଣ ଲଗାଯାଇଥିଲା।

ସାତକୋଶିଆରେ ଥିବା ଜଙ୍ଗଲୀ ହାତୀଙ୍କ ସହ ବାଘ କେମିତି ରହୁଛି ତା’ ଉପରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ନଜର ରଖିଥିଲେ।  ମହାବଳ ବାଘ, ସାତକୋଶିଆ ପରିବେଶ ସହ ଖାପ ଖୁଆଇ ପାରିଲେ ଆଗକୁ ଆଉ ୫ଟି ବାଘ ଅଣାଯିବା ସହ ପ୍ରାକୃତିକ ଉପାୟରେ ସେମାନଙ୍କ ବଂଶ ବିସ୍ତାର ଲାଗି ଉଦ୍ୟମ କରାଯିବା ନେଇ ଯୋଜନା ରହିଥିଲା।

ସେହିପରି ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ପରେ ପୂରା ଅଞ୍ଚଳରେ ଅସନ୍ତୋଷ ଖେଳି ଯାଇଥିଲା। ତାକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ବନ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏବେ ସୁନ୍ଦରୀ ଧରା ପଡ଼ିଥିଲେ ମଧ୍ୟ ସେ କେଉଁଠି ରହିବ ତାକୁ ନେଇ ଏବେବି ବିବାଦ ଛିଡିନାହିଁ। ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଏହି ଆଶା ଏବେ କ୍ଷୀଣ ହୋଇଯାଇଥିବା କୁହାଯାଉଛି।



from Odisha Reporter https://ift.tt/2Q1qza4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages