ରାଫେଲ୍‌ ଦୁର୍ନୀତି: ଏବେ ରାହୁଲଙ୍କ ଟାର୍ଗେଟରେ ଡାସଲଟ୍‌ ଓ ଅନୀଲ ଅମ୍ବାନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ରାଫେଲ୍‌ ଦୁର୍ନୀତି: ଏବେ ରାହୁଲଙ୍କ ଟାର୍ଗେଟରେ ଡାସଲଟ୍‌ ଓ ଅନୀଲ ଅମ୍ବାନି

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଫ୍ରାନ୍ସର ବିମାନ ନିର୍ମାଣକାରୀ କମ୍ପାନୀ ଡାସଲଟ୍‌ ଆଭିଏସନ୍‌ ସିଇଓ ଏବଂ ତାଙ୍କ ଭାରତୀୟ ପାର୍ଟନର ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନୀଲ ଅମ୍ବାନିଙ୍କୁ ଟାର୍ଗେଟ କରିଛନ୍ତି। ରାଫେଲ୍‌ ଡିଲ୍‌ ସମ୍ପର୍କରେ ଡାସଲଟ୍‌ ସିଇଓ ମିଛ କହୁଛନ୍ତି ଏବଂ ଘାଟାରେ ଚାଲୁଥିବା ଅନୀଲ ଅମ୍ବାନିଙ୍କୁ ପ୍ରଥମ ଦଫାରେ ଡିଲ୍‌ ପାଇବାକୁ ୨୮୪ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ରାଫେଲ୍‌ ଡିଲ୍‌ରେ ହୋଇଥିବା ଦୁର୍ନୀତି କଥା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ଡାସଲଟ୍‌ କମ୍ପାନୀର ସିଇଓ କେବଳ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ମିଛ କହୁଛନ୍ତି। ଆଉ ସେହି ବ୍ୟକ୍ତି ଜଣଙ୍କ ଏବେ ଦେଶରେ ଶାସନ କରୁଛନ୍ତି। ଡାସଲଟ୍‌ ଅନୀଲ ଅମ୍ବାନିଙ୍କ କମ୍ପାନୀରେ ୨୮୪ କୋଟି ଟଙ୍କା ପ୍ରଥମେ ନିବେଶ କରିଥିଲା। ଏହି ଅର୍ଥରେ ହିଁ ସେ ଭାରତରେ ଜମି କିଣିଛନ୍ତି। କ’ଣ ପାଇଁ ଘାଟାରେ ଚାଲୁଥିବା କମ୍ପାନୀରେ ଡାସଲଟ୍‌ ୨୮୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିଲା?

ଡାସଲଟ୍‌ ସିଇଓ କହିଥିଲେ ଅନୀଲ ଅମ୍ବାନିଙ୍କ କମ୍ପାନୀ ପାଖରେ ଜମି ଥିବାରୁ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣର ଡିଲ୍‌ ଏଚ୍‌ଏଏଲ୍‌ ସହ କରାଯାଇ ନଥିଲା। କିନ୍ତୁ ଉକ୍ତ ଜମିଟି ଅନୀଲ ଅମ୍ବାନିଙ୍କୁ ଡାସଲଟ୍‌ ଦେଇଥିବା ଟଙ୍କାରେ ହିଁ କିଣାଯାଇଥିଲା ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ରାଫେଲ୍‌ ଯୁଦ୍ଧ ବିମାନର ଦର କଥା ସରକାର ନ କହିବା ପଛର କାରଣ ସମ୍ପର୍କରେ ମଧ୍ୟ ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି। ରାଫେଲ୍‌ ଡିଲ୍‌ଟି ମୋଦି ଓ ଅନୀଲ ଅମ୍ବାନିଙ୍କ ଭାଗୀଦାରିରେ ହୋଇଛି। ଯଦି ଏହି ଡିଲ୍‌ର ତଦନ୍ତ ହେବ, ତା’ହେଲେ ମୋଦି ମଧ୍ୟ ରକ୍ଷା ପାଇପାରିବେ ନାହିଁ। ଏହାର କାରଣ ହେଲା ଦୁର୍ନୀତି ଏବଂ ଡିଲ୍‌ର ନିଷ୍ପତ୍ତି କେବଳ ମୋଦି ହିଁ ନେଇଥିଲେ। ଅନୀଲ ଅମ୍ବାନିଙ୍କୁ ୩୦ ହଜାର କୋଟି ଟଙ୍କାର ମୁନାଫା ଦେବାକୁ ଏଭଳି ଡିଲ୍‌ ହୋଇଥିଲା ବୋଲି ରାହୁଲ କହିଛନ୍ତି।

ଏ ସମ୍ପର୍କରେ ଡାସଲଟ୍‌ ଓ ଅନୀଲ ଅମ୍ବାନିଙ୍କ କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2qqHPHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages