ପରିତ୍ୟକ୍ତ ଘରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ପରିତ୍ୟକ୍ତ ଘରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ ବନ୍ଧା ହେଲେ

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀରେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍‌ ଘଟଣାରେ ଚକାପାଦ ପୁଲିସ୍ ଅର୍ଚାଙ୍ଗି ଗାଁରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୁଦାମ ନାୟକ ଓ ରଞ୍ଜନ କହଁର। ଅନ୍ୟ ଦୁଇ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ଗତକାଲି ଚକାପାଦ ଥାନା ଅଞ୍ଚଳର ଜଣେ ମହିଳା ଫୁଲବାଣୀ ଅଭିମୁଖେ ଚାଲି ଚାଲି ଯାଉଥିଲେ। ସେହି ସମୟରେ ଜଣେ ପରିଚିତ ବ୍ୟକ୍ତିଙ୍କ ସହିତ ୪ ଜଣ ଯୁବକ ଆସି ବାଇକ୍‌ରେ ଯିବାକୁ ମହିଳାଙ୍କୁ କହିଥିଲେ। ପରିଚିତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ମହିଳା ଜଣକ ସେମାନଙ୍କ ସାଥୀରେ ଯାଇଥିଲେ। କିନ୍ତୁ ଜାଣିପାରି ନଥିଲେ ସେମାନଙ୍କ ଫନ୍ଦି। କିଛି ବାଟ ଗଲା ପରେ ସେମାନେ ଟିକାବାଲିଠାରେ ଅଟକିଥିଲେ। ଏପରିକି ସେଠାରେ ମଦ ମଧ୍ୟ ପିଇଥିଲେ। ମଦ ପିଇବା ପରେ ଘରକୁ ନେଇ ଛାଡ଼ିଦେବା ପାଇଁ ମହିଳା ଜଣକ ସେମାନଙ୍କୁ ଅନୁରୋଧ କରିଥିଲେ।

କିଛି ବାଟ ଗଲା ପରେ ୪ ଯୁବକ ମହିଳାଙ୍କ ଆଖିରେ କଳାପଟି ଓ ହାତଗୋଡ଼କୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ତା’ପରେ ମହିଳାଙ୍କୁ ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ୪ ଜଣଙ୍କ ଭିତରେ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ମହିଳା ଜଣକ ସଂଜ୍ଞା ହରାଇବାରୁ ଯୁବକମାନେ ତାଙ୍କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ। ଗଲାବେଳେ ମହିଳାଙ୍କ ପାଖରେ ଥିବା ୭୦୦୦ ଟଙ୍କା ମଧ୍ୟ ସେମାନେ ନେଇଯାଇଥିବା ଅଭିଯୋଗ ହୋଇଛି।

ଚେତା ଫେରିବା ପରେ ମହିଳା ଜଣକ ଏକ ପରିତ୍ୟକ୍ତ ଘରେ ପଡ଼ିଥିବା ଜାଣି ପାରିଥିଲେ। ଏହାପରେ ସେ ଲୋକଲଜ୍ଜା ଭୟରେ ଏକ ପଥରରେ ମୁଣ୍ଡ ପିଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ତାଙ୍କୁ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ମଧ୍ୟ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।



from Odisha Reporter https://ift.tt/2OkBFSw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages