ନବୀନଙ୍କୁ ଆଙ୍ଗୁଳି ଦେଖାଇଲେ ନବୀନ, କହିଲେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ନବୀନଙ୍କୁ ଆଙ୍ଗୁଳି ଦେଖାଇଲେ ନବୀନ, କହିଲେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ମଦ ଫ୍ୟାକ୍ଟ୍ରି ପାଇଁ ବଳରାମପୁରରେ ଗଛ କଟାଯିବା ମାମଲାରେ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ କହିଛନ୍ତି-“ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ିବାରୁ ପରିବେଶ ଆଇନ ଉଲ୍ଲଂଘନ ହୋଇଥିବା ବିଭାଗୀୟ ମନ୍ତ୍ରୀ କହିଥିଲେ। ଢେଙ୍କାନାଳରେ ମଦ କମ୍ପାନୀ ପାଇଁ କେଉଁ ଆଇନରେ ଗଛ କାଟି ପକାଇଲେ? ଏଥିରୁ ଜଣାପଡ଼ୁଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ।”

ସେପଟେ ପ୍ରସ୍ତାବିତ ମଦ କାରଖାନା ବାତିଲ ନିଷ୍ପତ୍ତି ନେଇ ଆଜି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟ୍‌ କରି ସେ କହିଛନ୍ତି, ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ବାତିଲ ନିର୍ଦ୍ଦେଶ ହୋଇଛି। ଜୁଲାଇରେ ସରକାର ଏହାକୁ ଅନୁମୋଦନ ଦେଇ ଶିଳାନ୍ୟାସ କରିଥିଲେ। ଏବେ ବାତିଲ କରିବା ତଥା ମଦ କାରଖାନାକୁ ବଟଲିଂ ପ୍ଲାଣ୍ଟ କୁହାଯିବା ନେଇ ପ୍ରଶ୍ନ ଉଠିଛି। ଏହି ନିଷ୍ପତ୍ତିଗୁଡ଼ିକ କିଏ ନେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ଗୋଟିଏ ପଟେ ଏହାକୁ ପୂର୍ବରୁ ଅନୁମୋଦନ ଦିଆଯାଇଛି ଆଉ ଅନ୍ୟପଟେ ଗଛକଟା ବନ୍ଦ ନାଟକ ଚାଲିଛି ବୋଲି କହିଛନ୍ତି ବୈଜୟନ୍ତ। ଯେତେବେଳେ ଗଛ କାଟିବାର ଅଛି, ସିଏଏମ୍‌ପିଏ ବା ‘କାମ୍ପା’ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ସେହିପରି ଜଙ୍ଗଲ ଜମିକୁ ଅଦରକାରୀ ଜମି ଘୋଷଣା କରିବାର ଔଚିତ୍ୟ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ବୈଜୟନ୍ତ।
ଆର୍‌ଡିସିଙ୍କ ତଦନ୍ତ ଆରମ୍ଭ
ଅନ୍ୟପକ୍ଷରେ ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠାକୁ ବାତିଲ କରାଯିବାର ଘୋଷଣା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ RDC ଡିଭି ସ୍ୱାମୀ। ଗଛ କଟାଯାଇଥିବା ଝିଙ୍କରଗଡ଼ି ଜଙ୍ଗଲ ସେ ବୁଲି ଦେଖିଛନ୍ତି। ଏହା ସହ ବଳରାମପୁର ଗାଁକୁ ଯାଇ ଗ୍ରାମବାସୀ ଓ ମହିଳାଙ୍କ ସହ ଆଲୋଚନା କରିଛନ୍ତି।



from Odisha Reporter https://ift.tt/2TsrlvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages