ଛତିଶଗଡ଼: ଭୋଟିଂ ପୂର୍ବରୁ ସିରିଜ ବିସ୍ଫୋରଣ, ଜଣେ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଛତିଶଗଡ଼: ଭୋଟିଂ ପୂର୍ବରୁ ସିରିଜ ବିସ୍ଫୋରଣ, ଜଣେ ଯବାନ ସହିଦ

ରାୟପୁର:ଛତିଶଗଡ଼ରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଅନ୍ତଗଡ଼ ଗାଁରେ ବିଏସ୍‌ଏଫ୍ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ବ୍ୟାପକ ଗୁଳିବିନିମୟ ପରେ ନକ୍ସଲମାନେ ୭ଟି ସ୍ଥାନରେ ବିସ୍ଫୋରଣ ଘଟାଇ ଆତଙ୍କ ଖେଳାଇଦେଇଛନ୍ତି। ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି।

ରାୟପୁରଠାରୁ ୧୮୦ କିଲୋମିଟର ଦୂର ଏହି ସ୍ଥାନରେ ବିଏସ୍‌ଏଫ୍‌ ପକ୍ଷରୁ ପ୍ୟାଟ୍ରୋଲିଂ ଚାଲୁଥିବା ସମୟରେ ନକ୍ସଲଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ ହୋଇଥିଲା। ଆଇଇଡିଗୁଡ଼ିକ ଧାଡ଼ି କରି ପୋତାଯାଇଥିଲା ଏବଂ ଏକାଥରେ ଫୁଟିଥିଲା।

ଉଲ୍ଲେଖଯୋଗ୍ୟ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗତ ୮ ତାରିଖରେ ହିଁ ୪ ଜଣ ନାଗରିକ ଏବଂ ଜଣେ ସିଆଇଏସଏଫ୍‌ ଯବାନଙ୍କର ମୃତ୍ୟୁ ହୋଇଥିଲା।

ଛତିଶଗଡ଼ରେ ସୁରୁଖୁରୁରେ ନିର୍ବାଚନ ସାରିବାପାଇଁ ୧ ଲକ୍ଷ ଯବାନଙ୍କୁ ମୁତୟନ କରାଯାଇଥିଲେ ହେଁ ନକ୍ସଲମାନେ ଚିରାଚରିତଭାବେ ଏହାକୁ ବିରୋଧ କରିଆସୁଛନ୍ତି। ଏଥର ମଧ୍ୟ ସେମାନେ ଭୋଟ୍‌ ନଦେବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି।



from Odisha Reporter https://ift.tt/2AYP6nL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages