ଦେଶୀ ଗୀତରେ ଡିସ୍କୋ ଛୁଙ୍କ ଦେଇ ଆଜି ସେ ସଙ୍ଗୀତର ବାଦ୍‌ଶାହା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଦେଶୀ ଗୀତରେ ଡିସ୍କୋ ଛୁଙ୍କ ଦେଇ ଆଜି ସେ ସଙ୍ଗୀତର ବାଦ୍‌ଶାହା  

ମୁମ୍ବାଇ: ପାରମ୍ପରିକ ଭାରତୀୟ ସଙ୍ଗୀତରେ ରକ୍‌ ଓ ଡିସ୍କୋର ଛୁଙ୍କ ଦେଇ ନୂଆ ଢଙ୍ଗରେ ଦର୍ଶକଙ୍କୁ ମତୁଆଲା କରୁଥିବା ବାପି ଲହେରି ଓରଫ୍‌ ବାପି ଦା’ଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୬୬ ବର୍ଷରେ ପାଦ ଦେଇଛନ୍ତି।

ବାପି ଦା’ଙ୍କର ଜନ୍ମ ନଭେମ୍ବର ୨୭, ୧୯୫୨ରେ କଲିକତାରେ ହୋଇଥିଲା। ସବୁବେଳେ ସୁନା ଆଭୁଷଣରେ ଛାଉଣି ହୋଇ ରହିଥିବା ବାପି ଦେଖିବାକୁ ଯେମିତି ଅଲଗା ତାଙ୍କ ଗୀତ ବି ସେମିତି ଅଲଗା।

କ୍ଲାସିକାଲ୍‌ ମ୍ୟୁଜିକ୍‌ ଜୋନ୍‌ରୁ ଯାଇ ଏକ ଭିନ୍ନ ଧରଣର ସଙ୍ଗୀତ ଦେଉଥିବା ବାପିଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ସେ ହାର୍‌ ମାନି ନାହାନ୍ତି। ସେ ଏକ ଭିନ୍ନ ଧରଣର ସଙ୍ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ଏଇ ଗୀତ ପାଇଁ ଦର୍ଶକଙ୍କ ପ୍ରଚୁର ଭଲ ପାଇବା ମଧ୍ୟ ସେ ସାଉଁଟି ଥିଲେ। ତେବେ ଆଜି ତାଙ୍କ ଜନ୍ମ ଦିନରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।

ଅଳ୍ପରେ ବାପି

– ବାପି ଦା ୭୦ ଦଶକରେ ବଲିଉଡ୍‌ରେ ପାଦ ରଖିଥିଲେ।  ୮୦ ଦଶକରେ ପୂରା ଛାଇଯାଇଥିଲେ।  ତା ପରେ ତାଙ୍କ ସମୟ ଏତେ ଖାସ୍‌ ଚାଲି ନ ଥିଲା। କିନ୍ତୁ ୨୦୧୧ରେ ସେ ବିଦ୍ୟା ବାଲନ୍‌ଙ୍କ ଫିଲ୍ମ  ‘ଡାର୍ଟି’ ଫିଲ୍ମରେ ‘ଉଲାଲା’ ଗୀତ ତାଙ୍କୁ ପୁଣି ଲୋକପ୍ରିୟ କରିଥିଲା। ଗୀତଟି ସୁପରହିଟ୍‌ ମଧ୍ୟ ହୋଇଥଲା।

– ସେ ରାଜନୀତି ଜଗତରେ ମଧ୍ୟ ପାଦ ରଖି ସାରିଛନ୍ତି।  ୨୦୧୪ରେ ଲୋକସଭା   ନିର୍ବାଚନରେ  ବିଜେପି ପକ୍ଷରୁ  ରାଜନୀତି ଲଢ଼ିଥିଲେ।  କିନ୍ତୁ ହାରି ଯାଇଥିଲେ।

– ବାପି ଦାଙ୍କ ବାପା ଅପରେଶ୍‌ ଲେହେରୀ ବଙ୍ଗଳାର ଜଣେ  ପ୍ରସିଦ୍ଧ ଗାୟକ ଥିଲେ। ତାଙ୍କ ମା’ ବାଂଶୁରୀ ଲେହେରୀ ଜଣେ ଗୀତିକାର ଥିଲେ। ୧୯୭୭ରେ ସେ ଚିତ୍ରାଣୀଙ୍କୁ ବିବାହ କରିଥିଲେ।

– ବାପି ଦା’ ମାତ୍ର ୩ ବର୍ଷ ବୟସରେ ତବ୍‌ଲା ବଜେଇବା ଶିଖିଥିଲେ।

– ସେ ନିଜ ବାପା ମା’ଙ୍କଠାରୁ ହିଁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ସେ ପ୍ରଥମ ଥର ବଙ୍ଗଳା ଫିଲ୍ମରେ ଗୀତ ଗାଇଥିଲେ। କିନ୍ତୁ ୧୯ ବର୍ଷ ବୟସରେ କଲିକତା ଛାଡ଼ି ଦେଇଥିଲେ। ତାଙ୍କୁ ବଲିଉଡ୍‌ରେ ପ୍ରଥମ କରି ୧୯୭୩ରେ ଫିଲ୍ମ  ‘ନନ୍ହା ଶିକାରୀ’ରେ ସଙ୍ଗୀତ ଦେବାକୁ ସୁଯୋଗ ମିଳିଥିଲା। କିନ୍ତୁ ୧୯୭୫ ମସିହାରେ ତାଙ୍କୁ ଏକ ସୂତନ୍ତ୍ର ପରିଚୟ ମିଳିଥିଲା ଯେତେବେଳେ ସେ କିଶୋର କୁମାର ଓ ମହମ୍ମଦ ରଫିଙ୍କ ସହ ଗୀତ ଗାଇଥିଲେ।

-କିଶୋର କୁମାର ବାପିଙ୍କ ସମ୍ପର୍କୀୟ ଥିଲେ।  ଯିଏ ତାଙ୍କୁ ସଙ୍ଗୀତ ଶିକ୍ଷା ଦେବା ସହ ବଲିଉଡ୍‌ରେ ସୁଯୋଗ ଦେଇଥିଲେ।

– ବାପି ଦାଙ୍କ ଅଧିକାଂଶ ଗୀତ କିଶୋର କୁମାର ଓ ବିଜୟ ବେନେଡିକ୍ଟ୍‌ ଗାଇଛନ୍ତି। ତାଙ୍କର ପ୍ରିୟ କଣ୍ଠଶିଳ୍ପୀ ହେଲେ ଉଷା ଉତ୍ଥୁପ୍ ଓ ଅଲୀଷା ଚିନାଁୟ।

– ବାପି ଦା ‘ଜଷ୍ଟିସ୍‌ ଫର୍‌ ୱିଡୋଜ୍‌’ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ପାଇଁ ଖୁବ୍‌ ଭଲ କାମ କରିଛନ୍ତି। ଏଥିପାଇଁ ତାଙ୍କୁ ‘ହାଉସ୍‌ ଅଫ୍‌ ଲଡ୍‌’ର ପୁରସ୍କାର ମଧ୍ୟ ମିଳିଛି।

– ସେ ଗୋଟିଏ ଦିନରେ ସବୁଠୁ ଅଧିକ ଗୀତ ରେକର୍ଡ କରି  ନିଜର ଏକ ଖାସ୍‌ ପରିଚୟ ସଷ୍ଟି କରିଛନ୍ତି। ବାପି ଦା ଏମିତି ଜଣେ ମଣିଷ ଯାହାକୁ  ‘କିଙ୍ଗ୍‌ ଅଫ୍‌ ପପ୍‌’ ମାଇକେଲ୍‌ ଜ୍ୟାକ୍‌ସନ୍‌  ମୁମ୍ବାଇରେ ଆୟୋଜିତ ହେଉଥିବା ନିଜ ପ୍ରଥମ ଶୋ’କୁ ଆମନ୍ତ୍ରଣ କରିଥିଲେ।  ଏହି କନ୍‌ସର୍ଟ ୧୯୬୬ରେ ଆୟୋଜିତ କରାଯାଇଥିଲା।

– ବାପିଦାଙ୍କ ଗୀତ ‘ବମ୍ବେଇ ସେ ଆୟା ମେରା ଦୋସ୍ତୋ,  ଆଇ ଆମ୍‌ ଏ ଡିସ୍କୋ ଡ୍ୟାନ୍ସର,  ଜୁବି ଜୁବି, ୟାଦ୍‌ ଆ ରହା, ହୈ ତେରା ପ୍ୟାର, ୟାର ବିନା ଚେନ୍‌ କାହାଁରେ, ତମ୍ମ ତମ୍ମା ଲୋଗେ ଭଳି ଗୀତ ଆଜିବି ଲୋକଙ୍କ ମୁହଁରେ ବା ହୃଦୟରେ। ଇହି ସବୁ ଗୀତ ଆଜିବି ବାଜିଲେ ଲୋକଙ୍କ ଗୋଡ଼ ଉଠିଯାଏ।



from Odisha Reporter https://ift.tt/2TJ5ss6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages