ରକ୍ତ ଭିଜା କପଡ଼ାରେ ସୈଫ୍‌ ଅଲି ଖାନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ରକ୍ତ ଭିଜା କପଡ଼ାରେ ସୈଫ୍‌ ଅଲି ଖାନ୍‌ !

ମୁମ୍ବାଇ: ସୈଫ୍‌ଅଲ୍ଲୀ ଖାନ୍‌ଙ୍କୁ ନିକଟରେ ରକ୍ତ ଭିଜା ପୋଷାକ ପିନ୍ଧି ଗାଡ଼ି ଭିତରେ ବସିଥିବା ସ୍ପଟ କରାଯାଇଛି। ଫଟୋରେ ଦେଖିବାକୁ ମିଳିଛି ଯେ, ତାଙ୍କ ପୋଷାକରେ ରକ୍ତ ଲାଗିବା ସହ ତାଙ୍କ ମଥାରେ ବି ଆଘାତ ଲାଗିଛି।  ଫଟୋ ଦେଖିଲା ପରେ ଲାଗୁଛି ତାଙ୍କର ଯେମିତି କୌଣସି ଦୁର୍ଘଟଣା ହୋଇଛି କିମ୍ବା ତାଙ୍କୁ କିଏ ଆକ୍ରମଣ କରିଛି। ଆପଣଙ୍କ ମନରେ ଏମିତି ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ।

ଆପଣଙ୍କ ମନରେ କିଛି ଦ୍ୱନ୍ଦ୍ୱ ଆସିବା ପୂର୍ବରୁ କହି ରଖୁଛୁ ଯେ, ସେମିତି କିଛି ବି ନୁହେଁ।

କଥା ହେଉଛି ସେ ତାଙ୍କ ଆଗାମୀ ଫିଲ୍ମ ‘ତାନାଜୀ’ର ଶୁଟିଂ ଫାଇଁ ମେକ୍‌ଅପ୍‌ ନେଇ କାର୍‌ରେ ଯିବା ସମୟରେ ତାଙ୍କୁ ସ୍ପଟ୍‌ କରାଯାଇଛି।

ସୈଫ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ତାନାଜୀ: ଦ ଅନ୍‌ ସହଙ୍ଗ୍‌ ୱାରିୟର’ର ଶୁଟିଂ କରୁଛନ୍ତି। ଏହା ଏକ ଯୁଦ୍ଧ ଭିତ୍ତିକ ଫିଲ୍ମ । ଫଟୋରେ ସୈଫ୍‌ଙ୍କ ଆଘାତ ପୂରା ବସ୍ତବ ପରି ଲାଗୁଛି। ଯେ କେହି ବି ଦେଖିଲେ ଧୋକା ଖାଇଯିବ।

ଫିଲ୍ମରେ ସୈଫ୍‌ଙ୍କ ସହ ଅଜୟଦେବ୍‌ଗନ୍‌ ବି ନଜର ଆସିବେ। ‘ତାନାଜୀ’ ସୈଫ୍‌ ଏବେ ନଭ୍‌ନୀତ୍‌ ସିଂହଙ୍କ ‘ହଣ୍ଟର’ରେ ବି କାମ କରୁଛନ୍ତି।



from Odisha Reporter https://ift.tt/2KA32bh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages