ମଝି ଆକାଶରେ ବିମାନ ଉଡ଼ୁଥିଲା, କିନ୍ତୁ ପାଇଲଟ୍‌ ଶୋଇପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ମଝି ଆକାଶରେ ବିମାନ ଉଡ଼ୁଥିଲା, କିନ୍ତୁ ପାଇଲଟ୍‌ ଶୋଇପଡ଼ିଲେ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମଝି ଆକାଶରେ ବିମାନ ଉଡ଼ୁଥିଲେ ହେଁ କକ୍‌ପିଟ୍‌ରେ ଏହାର ପାଇଲଟ୍‌ ଶୋଇପଡ଼ିବା ଏବଂ ଲ୍ୟାଣ୍ଡ ପୂର୍ବରୁ ଉଠିବା ପରି ଘଟଣା ସାମ୍ନାକୁ ଆସିଛି। ପାଇଲଟ୍‌ ଜଣଙ୍କ ଶୋଇପଡ଼ିବାରୁ ସେ ଲ୍ୟାଣ୍ଡ କରିବାକୁ ଥିବା ସ୍ଥାନରୁ ୫୦ କିମି ଦୂରକୁ ଚାଲି ଯାଇଥିଲେ।

ପିପେର ପିଏ-୩୧ ନାମକ ଏହି ବିମାନରେ କେବଳ ପାଇଲଟ୍‌ ଜଣଙ୍କ ହିଁ ଥିଲେ। ବିମାନଟି ଡେଭୋନପୋର୍ଟରୁ ତାସମାନିଆ ସ୍ଥିତ କିଙ୍ଗ ଦ୍ୱୀପପୁଞ୍ଜକୁ ଯିବାର ଥିଲା। କିନ୍ତୁ ପାଇଲଟ୍‌ ଜଣଙ୍କ ଶୋଇପଡ଼ିବାରୁ ଏହା କିଙ୍ଗ୍‌ ଦ୍ୱୀପୁପୁଞ୍ଜରୁ ୫୦ କିମି ଦୂରକୁ ଚାଲିଯାଇଥିଲା।

ହେଲେ ବିମାନଟି ତଳକୁ ଖସିବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ପାଇଲଟ୍‌ ଜଣଙ୍କ ନିଦ ଭାଙ୍ଗି ଯାଇଥିଲା। ଫଳରେ ସେ ବିମାନଟିକୁ ସୁରକ୍ଷିତ ଅବତରଣ କରାଇପାରିଥିଲେ।

ତେବେ କ’ଣ ପାଇଁ ଏଭଳି ଘଟଣା ଘଟିଲା ଅଷ୍ଟ୍ରେଲିଆ ଟ୍ରାନ୍ସପୋର୍ଟ ସେଫ୍ଟି ବ୍ୟୁରୋ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2r9VeDX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages