‘ନବୀନ ସରକାର ଫମ୍ପା ମାଠିଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

‘ନବୀନ ସରକାର ଫମ୍ପା ମାଠିଆ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନବୀନ ପଟ୍ଟନାୟକ ସରକାର ଫମ୍ପା ମାଠିଆ।” ଆଜି ଅଡିଓ ଟେପ୍‌ ଜାରି କରି ଏପରି ବୟାନ ଦେଇଛନ୍ତି ସିପିଆଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ। ଏଥିସହ ସେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’କୁ ‘ଓଡ଼ିଶା ବିକ୍ରି କନ୍‌କ୍ଲେଭ’ ଅଭିହିତ କରିଛନ୍ତି।

ସେ କହିଛନ୍ତି-“ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଆଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରିଦିଆଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର ପ୍ରଚାର ପାଇଁ ବିଜେଡି ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ କରିଛନ୍ତି। ଏଥିରୁ ମିଳିବାକୁ ଥିବା ନୋଟକୁ ନେଇ ଭୋଟ୍ କିଣିବାକୁ ଉଦ୍ୟମ କରିବ ଦଳ। ରାଜ୍ୟରେ ହେବାକୁ ଥିବା ନିବେଶରେ ଆର୍ଥିକ ବିକାଶ ତ ହେବନି, ବରଂ ଓଡ଼ିଶାବାସୀ କାଙ୍ଗାଳ ହେବେ। ଯେଉଁ ସରକାର ୫୦ ହଜାର ନିଯୁକ୍ତି ଦେଇନି, ସେ ୫ ଲକ୍ଷ ନିଯୁକ୍ତି ଦେବ ବୋଲି କହିବା ପୂରା ମିଛ।”

ସେହିପରି ଚାଷୀଙ୍କୁ ଭୁବନେଶ୍ୱରରେ ପୂରାଇ ନଦେବାକୁ ମଧ୍ୟ ନିନ୍ଦା କରିଛନ୍ତି ଉମାକାନ୍ତ। ସେ କହିଛନ୍ତି-“ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯିବା ଚାଷୀଙ୍କ ଆଖିରେ ଧୂଳି ପକାଇବା ସଦୃଶ ହୋଇଛି। ବିଜେଡି ନେତାମାନେ ଭୋଟ ମାଗିବାକୁ ଆସିଲେ କୋଡ଼ି ଓ କୋଦାଳରେ ଜବାବ ଦେବୁ। ଦଲାଲ ନବୀନ ସରକାର ବିରୋଧରେ ସଂଗ୍ରାମ ତୀବ୍ର କରିବୁ।”



from Odisha Reporter https://ift.tt/2QQceKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages