
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଜିବାରେ ଲାଗିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆସନ୍ତାକାଲିଠାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି। ଏଥିସହ ଆଗାମୀ ୨୯ ଓ ୩୦ ତାରିଖ ଦୁଇଦିନ ମହାବନ୍ଦ ପାଳନ ପାଇଁ ଚେତାବନୀ ଦେଇଛି ସଂଘ।
ବନ୍ଦରେ ଓକିଲ ସଂଘ ସହିତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସାମିଲ ହେବେ ବୋଲି ଜଣାପଡ଼ିଛି। ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ଆଇନଜୀବୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ସାମିଲ ହୋଇଥିଲେ।
ସେହିପରି କୁଚିଣ୍ଡାଠାରେ ମଧ୍ୟ ଓକିଲ ସଂଘ ବୈଠକ ବସି ବନ୍ଦକୁ ସମର୍ଥନ କରାଯାଇଛି।
ତେବେ ଏହି ବନ୍ଦ ବେଳେ ବ୍ୟାଙ୍କ, ଡାକ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି।
from Odisha Reporter https://ift.tt/2DuMnEw
No comments:
Post a Comment