ସଚିବାଳୟରେ କେଜ୍ରିୱାଲଙ୍କୁ ଲଙ୍କା ଗୁଣ୍ଡ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ସଚିବାଳୟରେ କେଜ୍ରିୱାଲଙ୍କୁ ଲଙ୍କା ଗୁଣ୍ଡ ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣିଥରେ ଆକ୍ରମଣ କରାଯାଇଛି। ପୂର୍ବରୁ ତାଙ୍କ ଉପରକୁ କାଳି ଓ ଅଣ୍ଡା ମାଡ଼ ହେବା କଥା ଆପଣ ଶୁଣିଥିଲେ। ହେଲେ ଆଜି ଜଣେ ବ୍ୟକ୍ତି ସଚିବାଳୟରେ ପଶି କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ମାଡ଼ କରିଛନ୍ତି।

ଆଜି କେଜ୍ରିୱାଲ ତୃତୀୟ ମହଲାରେ ଥିବା ନିଜ ଚ୍ୟାମ୍ବରରୁ ଲଞ୍ଚ ପାଇଁ ଯାଉଥିଲେ। ଏହି ସମୟରେ ଅନୀଲ କୁମାର ଶର୍ମା ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ହଠାତ୍‌ କେଜ୍ରିୱାଲଙ୍କୁ ଅଟକାଇଥିଲେ।

ପାଖାପାଖି ୨.୧୦ ମିନିଟ୍‌ରେ ଅନୀଲ ସିଗାରେଟ୍‌ ଖୋଳରେ ଆଣିଥିବା ଲଙ୍କା ଗୁଣ୍ଡକୁ କେହି କିଛି ବୁଝିବା ଆଗରୁ କେଜ୍ରିୱାଲଙ୍କ ଉପରକୁ  ମାଡ଼ କରିଥିଲେ। ଏହାପରେ ସୃଷ୍ଟି ହୋଇଥିବା ଧସ୍ତାଧସ୍ତିରେ କେଜ୍ରିଙ୍କ ଚସମା ଭାଙ୍ଗି ଯାଇଥିବା ଜଣାପଡ଼ି।

ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ଅନୀଲ କୁମାରଙ୍କୁ ଅଟକ ରଖି ପଚରା ଉଚରା କରିଛି। ଅନୀଲ କୁମାରଙ୍କ ବୟସ ୪୦ ଏବଂ ସେ ଦିଲ୍ଲୀର ନାରାୟଣ ନଗରରେ ରହୁଥିଲେ।

ଏହି ଘଟଣା ପରେ ଆପ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହା ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରାଯାଇଛି। ଏଥିସହ ଦିଲ୍ଲୀ ପୁଲିସ୍‌ର ଅବହେଳା ପାଇଁ ଏଭଳି ଘଟିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।

ତେବେ ପୁଲିସ୍‌ ଏ ସମ୍ପର୍କରେ କ’ଣ ପଦକ୍ଷେପ ନେଇଛି ତାହା ଜଣାପଡ଼ିନାହିଁ।



from Odisha Reporter https://ift.tt/2OOi5i1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages