ଆସନ୍ତାକାଲିଠାରୁ ଜାତୀୟ ମିଡିଆ କନ୍‌କ୍ଲେଭ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ଆସନ୍ତାକାଲିଠାରୁ ଜାତୀୟ ମିଡିଆ କନ୍‌କ୍ଲେଭ୍‌

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୨୧ ତାରିଖରୁ ୩ ଦିନ ଧରି ଆୟୋଜିତ ହେଉଛି ଜାତୀୟ ମିଡିଆ କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ। ଏହି ମିଡିଆ ମହାକୁମ୍ଭରେ ୫୦୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍‌ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେବେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଏହି କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରିବେ।

ଏହି ଉତ୍ସବରେ ସାଂସଦ ତଥା ‘ପ୍ରଜାତନ୍ତ୍ର’ ସମ୍ପାଦକ ଭର୍ତ୍ତୃହରି ମହତାବ, ରାୟପୁରସ୍ଥିତ କେଟିୟୁଜେଏମର କୁଳପତି ପ୍ରଫେସର ଏମଏସ ପାରମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ଉପସ୍ଥାପନ କରିବେ।

ଏହିଁ ତିନି ଦିନିଆ ମିଡିଆ ସମ୍ମିଳନୀରେ ୫ଟି ବିଶ୍ୱବିଦ୍ୟାଳୟର କୁଳପତି, ୧୦୦ରୁ ଊର୍ଦ୍ଧ୍ୱ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରମାନେ ଯୋଗଦେବେ। ଏହି ଅବସରରେ ୧୨୮ ଜଣ ରିସର୍ଚ୍ଚ ସ୍କଲାର ନିଜ ପସନ୍ଦର ସନ୍ଦର୍ଭ ଖୋଲା ଆଲୋଚନା ନିମନ୍ତେ ଉପସ୍ଥାପନ କରିବେ।

ପ୍ରଥମ ଦିନରେ ଭାରତର ରାଜନୀତିକ ଅର୍ଥନୀତି ଶୀର୍ଷକରେ ଏକ ସମ୍ପାନ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନ ବିକାଶର ମିଡିଆ ଏବଂ ବିକାଶ ପାଇଁ ମିଡିଆ ବାବଦରେ ଆଲୋଚନା ହେବ। ସେହିଭଳି ଓଡ଼ିଶା ବାହାରୁ ଆସିଥିବା ୩୦୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ମତ ରଖିବେ।

ଆୟୋଜକ ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌ ପକ୍ଷରୁ ଏହାର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସୂଚନା ଦେଇ କହିଛନ୍ତି, ଏଥିରେ ଓଡ଼ିଶା ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେବେ। ଉଦଯାପନୀ ଉତ୍ସବରେ ଓଡ଼ିଶାର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେବେ ଏବଂ ବିଭିନ୍ନ ଦିନରେ ଅନ୍ୟ କିଛି ବିଧାୟକ ଏବଂ ସାଂସଦମାନେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।



from Odisha Reporter https://ift.tt/2PFm3ib

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages