ମୂଳା ଖାଇଲେ ଶରୀରକୁ ଏହି ସବୁ ଫାଇଦା ମିଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ମୂଳା ଖାଇଲେ ଶରୀରକୁ ଏହି ସବୁ ଫାଇଦା ମିଳେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶୀତଦିନେ ମୂଳା ସମସ୍ତଙ୍କ ରୋଷେଇ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାର୍ଗଶୀର ମାସ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ଖଟୁଲୀ ପାଖରେ ମୂଳା ଥୁଆ ହେବାର ବିଧି ମଧ୍ୟ ରହିଛି। ଏହା ବ୍ୟତୀତ କାହାକୁ ମୂଳା ପରଟା ପସନ୍ଦ ହୋଇଥାଏ । ଆଉ କାହାକୁ ମୂଳା ଭଜା ଖାଇବାକୁ ଭଲ ଲାଗିଥାଏ। ତେବେ ଏହାର ଫାଇଦା ବିଷୟରେ ଜାଣିରଖନ୍ତୁ। ଏହାର ସ୍ୱାସ୍ଥ୍ୟ ସମ୍ପର୍କୀୟ ଲାଭ ବିଷୟରେ ଜାଣିବା ପରେ, ଏହାକୁ ଆପଣ ନିଜ ଦୈନନ୍ଦିନ ଖାଦ୍ୟରେ ନିଶ୍ଚୟ ସାମିଲ୍‌ କରିବେ।

୧- ପୌଷ୍ଟିକ ତତ୍ତ୍ୱରେ ଭରପୂର ରହିଥିବା ମୂଳା ଆପଣଙ୍କ କିଡ୍‌ନୀ ପାଇଁ ଅନେକ ଉପକାରୀ। ଏହା ଆମ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ଏହାକୁ ନାଚୁରାଲ୍‌ କ୍ଲିଞ୍ଚର୍‌ ବୋଲି କୁହାଯାଏ। ଏହା ସହିତ ମୂଳା ପାକସ୍ଥଳୀକୁ ମଧ୍ୟ ସୁସ୍ଥ ରଖିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି, ଯାହା କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏକ ଉପକାରୀ ପରିବା।

୨- ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ଏବଂ ଆପଣ ଏଥିପାଇଁ ସମସ୍ୟାରେ ଅଛନ୍ତି, ତେବେ ମୂଳା ରସରେ ଅଦାରସ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଭୋକ ଲାଗିବା ସହିତ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

୩- ଯଦି ଆପଣଙ୍କ ପେଟ ଭାରି ଲାଗୁଛି, ତେବେ ମୂଳା ରସରେ ଲୁଣ ମିଶାଇ ପିଅନ୍ତୁ। ଏଥିରୁ ଆପଣଙ୍କୁ ଆରାମ ମିଳିବ। ଯେଉଁ ବ୍ୟକ୍ତିଙ୍କର ଲିଭର୍‌ଜନିତ ସମସ୍ୟା ରହିଅଛି, ସେମାନେ ନିଜ ଖାଦ୍ୟରେ ମୂଳାକୁ ସାମିଲ୍ କରନ୍ତୁ। ଏହା ଲିଭର୍‌କୁ ସୁସ୍ଥ ରଖିବା ସହିତ ଏହାର ଫଙ୍କସନ୍‌ ମଧ୍ୟ କରାଇଥାଏ।

୪- ଇଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ମଧ୍ୟ ମୂଳା ଖୁବ୍‌ ଉପକାରୀ। ଆଣ୍ଟି ହାଇପର୍‌ଟେନ୍‌ସିଭ୍‌ ଗୁଣରେ ଭରପୂର ଥିବାରୁ ମୂଳା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏଥିରେ ପୋଟାସିୟମ୍‌ ରହିଛି, ଯାହା ଶରୀରରେ ମେସୋଡିୟମ୍‌ ପୋଟାସିୟମ୍‌କୁ ନିୟନ୍ତ୍ରଣରେ ରଖିଥାଏ। ଯାହାଦ୍ୱାରା ବ୍ଲଡ୍‌ ପ୍ରେସର୍‌ ନିୟନ୍ତ୍ରଣ ରହିଥାଏ।

୫- ପିଲିୟା ରୋଗୀଙ୍କ ପାଇଁ ମୂଳା ରାମବାଣ ଭାବରେ କାର୍ଯ୍ୟ କରିଥାଏ। ଏହି ରୋଗୀ ନିଜ ଖାଦ୍ୟରେ ତାଜା ମୂଳା ସାମିଲ୍‌ କରିବା ଉଚିତ୍‌। ପ୍ରତିଦିନ ସକାଳେ ଏକ କଞ୍ଚା ମୂଳା ଖାଇବା ଦ୍ୱାରା ପିଲିୟା ରୋଗ ଠିକ୍‌ ହୋଇଥାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଖୁବ୍‌ ଉପକାରୀ। ଏଥିରେ ଥିବା ତତ୍ତ୍ୱ ଇନସୁଲିନ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।



from Odisha Reporter https://ift.tt/2Q1jBCG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages