ଦୁଇ ପଇସା କମିଲା ବସ୍‌ କମିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଦୁଇ ପଇସା କମିଲା ବସ୍‌ କମିଲା

cuttack-bus stand

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜେଲ୍‌ ଦର କମିବାରୁ ରାଜ୍ୟରେ ବସ୍‌ ଭଡ଼ା କମିଛି। ଅର୍ଡିନାରୀ ବସ୍‌ର ଭଡ଼ା କିମି ପିଛା ମାତ୍ର ୨ ପଇସା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି। ଠିକ୍‌ ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୭୫ ପଇସାରୁ ଖସି ୭୩ ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର କିମି ପିଛା ଭଡ଼ା ୪ ପଇସା କମିଛି। ଡିଲକ୍ସ ବସ୍‌ ଭଡ଼ା ପୂର୍ବରୁ କିମି ପିଛା ୧୦୫ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୧୦୧ ପଇସା ହୋଇଛି। ସେହିପରି ଏସି ଡିଲକ୍ସ ବସ୍‌ର ଭଡ଼ା କିମି ୧୨୭ ପଇସାରୁ ୧୨୩ ପଇସାକୁ କମିଛି। ବସ୍‌ ଭଡ଼ା ହ୍ରାସ ନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ, ଡିଜେଲ୍‌ ଦର ବୃଦ୍ଧି ଘଟିଥିବାରୁ ରାଜ୍ୟ ବସ୍‌ ଭଡ଼ା ବଢ଼ାଥିଲା। ଗତ କିଛି ଦିନ ହେଲା ବସ୍‌ ଭଡ଼ା କମିଥିବାରୁ ରାଜ୍ୟ ସରକାର ବସ୍‌ ଭଡ଼ା କମାଇବାକୁ ବାଧ୍ୟ ହୋଇଛନ୍ତି।



from Odisha Reporter https://ift.tt/2RjCBJv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages