
ଆଇଜଲ୍:ବହୁ ବାଦବିବାଦର ଅନ୍ତ ଘଟାଇ ନିର୍ବାଚନ କମିଶନ ନେଇଛନ୍ତି ବଡ଼ ନିଷ୍ପତ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଛନ୍ତି ମିଜୋରାମ ମୁଖ୍ୟ ନିର୍ବାଚନ ଅଧିକାରୀ। ବର୍ତ୍ତମାନ ଏହି ଦାୟିତ୍ୱ ତୁଲାଉଥିବା ଏସ୍ବି ଶଶାଙ୍କଙ୍କୁ ନେଇ ସମଗ୍ର ରାଜ୍ୟରେ ବିରୋଧ ହେବାପରେ ତାଙ୍କ ବଦଳରେ ଆଶିଷ କୁନ୍ଦ୍ରାଙ୍କୁ ନିଯୁକ୍ତି ଦିଆଯାଇଛି ।
ନଭେମ୍ବର ୨୮ ତାରିଖରେ ମିଜୋରାମରେ ହେବାକୁଥିବା ନିର୍ବାଚନରେ ମିଜୋରାମ ସରକାର ଏବଂ ବିଶେଷକରି ଗୃହ ବିଭାଗର ହସ୍ତକ୍ଷେପ ହେଉଛି ବୋଲି ଅକ୍ଟୋବର ମାସରେ ଶଶାଙ୍କ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ ଆଣିବାପରେ ସେ ବିବାଦ ଘେରକୁ ଆସିଥିଲେ। ଶଶାଙ୍କ ଅଭିଯୋଗ ଆଣିବାର ଗୋଟିଏ ସପ୍ତାହ ମଧ୍ୟରେ ହିଁ ସେତେବେଳେ ଗୃହ ବିଭାଗର ମୁଖ୍ୟ ସଚିବ ଦାୟିତ୍ୱ ତୁଲାଉଥିବା ଲାଲନୁନ୍ମାୱିଆ ଚୁଆଙ୍ଗୋଙ୍କୁ ତୁରନ୍ତ ଦାୟିତ୍ୱରୁ କାଢ଼ିଦିଆଯାଇଥିଲା।
ଦୁଇଟି ପ୍ରସଙ୍ଗକୁ ନେଇ ଶଶାଙ୍କଙ୍କ ବିରୋଧରେ ସ୍ୱର ଉଠିଥିଲା। ଗୋଟିଏ ହେଉଛି ନିର୍ବାଚନ ସମୟରେ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ନିୟୋଜନ ଏବଂ ଅନ୍ୟଟି ହେଉଛି ନବେ ଦଶକରେ ହୋଇଥିବା ହିଂସା କାରଣରୁ ମିଜୋରାମ ଛାଡ଼ି ତ୍ରିପୁରାର କିଛି କ୍ୟାମ୍ପରେ ରହୁଥିବା ବ୍ରୁ ଆଦିବାସୀଙ୍କୁ କ୍ୟାମ୍ପରେ ଭୋଟ ଦେବାର ଅଧିକାର। ସେମାନଙ୍କୁ ଭୋଟ ଅଧିକାର ମିଳିଥିଲେ ହେଁ, ରାଜ୍ୟ ସରକାର ଚାହୁଁଥିଲେ ସେମାନେ ମିଜୋରାମ ଆସି ଭୋଟ୍ ଦିଅନ୍ତୁ। କିନ୍ତୁ ବ୍ରୁ ଗୋଷ୍ଠୀର ସମର୍ଥକ ଚାହୁଁଥିଲେ ସେମାନେ କ୍ୟାମ୍ପରେ ହିଁ ଭୋଟ୍ ଦେବାର ଅଧିକାର ପାଆନ୍ତୁ। ବ୍ରୁ ଗୋଷ୍ଠୀଙ୍କ ଏହି ପ୍ରସ୍ତାବକୁ ମାନବିକ ଅଧିକାର ଦୃଷ୍ଟିରୁ ବିଚାର କରି ଶଶାଙ୍କ ତାକୁ ସମର୍ଥନ ଯୋଗାଇବା ତାଙ୍କ ପାଇଁ ବ୍ୟକ୍ତିଗତଭାବେ ମହଙ୍ଗା ସାବ୍ୟସ୍ତ ହୋଇଛି।
from Odisha Reporter https://ift.tt/2Q4UZZi
No comments:
Post a Comment