କାହିଁକି ପୁରୀକୁ ବାଛିପାରନ୍ତି ମୋଦି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

କାହିଁକି ପୁରୀକୁ ବାଛିପାରନ୍ତି ମୋଦି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗରୁ ଅମିତ୍‌ ଶାହ। ୨୦୧୯ ନିର୍ବାଚନରେ ବିଜେପି ଫୋକସ୍‌ରେ ଥିବା ଓଡ଼ିଶା ଓ ପଶ୍ଚିମବଙ୍ଗରୁ ଏହି ଦୁଇ ଷ୍ଟଲଓ୍ୱାର୍ଟ ନିର୍ବାଚନ ଲଢ଼ିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ଗତକାଲି ଏଭଳି ଆଶା ପ୍ରକାଶ କରିବା ପରେ ଓଡିଶା ରାଜନୀତିରେ ବି ଦେଖାଦେଇଛି ହଲଚଲ୍। ଯଦିଏହି ଷ୍ଟ୍ରାଟେଜୀ କାର୍ଯ୍ୟକାରୀ ହୁଏ ତେବେ ବିଜେପିର ‘ଲୁକ୍ ଇଷ୍ଟ’ ଫର୍ମୁଲାକୁ ବଳ ମିଳିବ ବୋଲି ଦଳୀୟ ନେତା କହିଛନ୍ତି। ପୁରୀ ଜଗନ୍ନାଥ ଧାମରୁ ମୋଦି ଓ ପଶ୍ଚିମବଙ୍ଗରୁ ଅମିତ ଶାହ ଯଦି ସତରେ ଲଢ଼ନ୍ତି, ତା’ହେଲେ ଏହା ପୂର୍ବାଞ୍ଚଳରେ ଦଳକୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ଶାହ ବି କହିଥଲେ, ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଦଳ ଜିତିଲେ ବିଜେପିର ସ୍ୱର୍ଣ୍ଣିମ ଯୁଗ ଆସିବ। ତେଣୁ ବିଜେପିର ଶୀର୍ଷସ୍ତରରେ ଏହି ରଣନୀତି ଉପରେ ଗୁରୁତ୍ୱର ସହ ବିଚାର ବିମର୍ଶ ଚାଲିଥିବା କୁହାଯାଉଛି।

ତେବେ ମୋଦି କେଉଁ ସବୁ କାରଣରୁ ପୁରୀକୁ ବାଛିପାରନ୍ତି? ଗତ ନିର୍ବାଚନରେ ବାରଣାସୀ ଭଳି ଧାର୍ମିକ ସ୍ଥାନକୁ ବାଛିଥିବା ମୋଦି ଏଥର ଚାରିଧାମ ମଧ୍ୟରେ ଶ୍ରେଷ୍ଠ ପୁରୀରୁ ଲଢ଼ି ହିନ୍ଦୁତ୍ୱ କାର୍ଡ ଖେଳିପାରନ୍ତି ।ଏଥିପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ ହେଉଛି। ମୋଦି ହୁଅନ୍ତୁ କି ଶାହ, ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଗୋଟି ଚଳାଇ ସାରିଛନ୍ତି। କିଛି ମାସ ପୂର୍ବେ ସେହି ପୁରୀରେ ହିଁ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀରେ ଶାହ ଯୋଗ ଦେଇଥିଲେ। ଏମିତିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରୁ ବିଜେପିର ନବକଳେବର ହେବ ବୋଲି କହିଥିଲେ।

ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରରେ ଆସୁଥିବା ୭ ବିଧାନସଭା ସିଟ୍ ମଧ୍ୟରୁ ୬ଟି ବିଜେଡି ହାତରେ ଥିବାବେଳେ, କେବଳ ଗୋଟିଏ ବିଜେପି ହାତରେ ରହିଛି। ଅନ୍ୟପଟେ ବିଜେଡିର ଅଭେଦ୍ୟ ଗଡ଼ ବୋଲି କୁହାଯାଉଥିବା ଉପକୂଳରେ ମୋଦିଙ୍କୁ ପ୍ରାର୍ଥୀ କରି ବିଜେପି ଏଠାରେ ଧସେଇ ପଶିବାକୁ ଏଭଳି ଷ୍ଟ୍ରାଟେଜି କରୁଥିବା ଚର୍ଚ୍ଚା ହେଉଛି। ସେପଟେ ମୋଦି ପୁରୀରୁ ଲଢ଼ିଲେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ବିଜେଡି କହିଥିବାବେଳେ କଂଗ୍ରେସ କହିଛି ବିଜେପି ହତାଶ ହୋଇ ପଡ଼ିଥିବାରୁ ଏଠାରୁ ନିର୍ବାଚନ ଲଢିବେ ମୋଦି।

ଅନ୍ୟପଟେ ମୋଦିଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ଥିବାରୁ ମୋଦି ଯଦି ପୁରୀରୁ ନିର୍ବାଚନ ଲଢ଼ନ୍ତି ତେବେ ତାହା ଉଭୟ ବିଜେଡି ଓ କଂଗ୍ରେସ ପାଇଁ ବି ଅଡୁଆ ସୃଷ୍ଟି କରିବ ବୋଲି କୁହାଯାଉଛି।



from Odisha Reporter https://ift.tt/2DEA2OI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages