ରଣଜୀ ଟ୍ରଫି: ଦୃଢ଼ ସ୍ଥିତିରେ ୟୁପି, ଅକ୍ଷଦୀପଙ୍କ ଜବରଦସ୍ତ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ରଣଜୀ ଟ୍ରଫି: ଦୃଢ଼ ସ୍ଥିତିରେ ୟୁପି, ଅକ୍ଷଦୀପଙ୍କ ଜବରଦସ୍ତ ଶତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଣଜୀ ଟ୍ରଫି ଏଲିଟ୍‌ ପର୍ଯ୍ୟାୟର ଗ୍ରୁପ୍‌ ସି’ ମ୍ୟାଚ୍‌ରେ ଓଡ଼ିଶା ବିପକ୍ଷରେ ଉତ୍ତର ପ୍ରଦେଶ (ୟୁପି) ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ସ୍ଥାନୀୟ କିଟ୍‌ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ରେ ଓଡ଼ିଶା ତା’ର ପ୍ରଥମ ଇନିଂସରେ ମାତ୍ର ୨୫୬ ରନ୍‌ କରିଥିବା ବେଳେ ୟୁପି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ତା’ର ପ୍ରଥମ ଇନିଂସ ୬ ୱିକେଟ୍‌ ହରାଇ ୩୬୧ ରନ୍‌ କରିଛି।

ଦଳ ପକ୍ଷରୁ ଅଧିନାୟକ ଅକ୍ଷଦୀପ ନାଥ ଜବରଦସ୍ତ ଶତକ ହାସଲ କରିଛନ୍ତି। ସେହିପରି ରିଙ୍କୁ ସିଂହ ଓ ପ୍ରିୟମ ଗର୍ଗ ମଧ୍ୟ ଅର୍ଦ୍ଧଶତକ ହାସଲ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି। ହାତରେ ଆହୁରି ୪ଟି ୱିକେଟ୍‌ ରହିଥିବା ବେଳେ ଦଳ ୧୦୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି। ତେଣୁ ପ୍ରଥମ ଇନିଂସରେ ଦଳ ବୃହତ ଲିଡ୍‌ ହାସଲ କରିବା ଲକ୍ଷ୍ୟରେ ରହିବ।

ଆଜି ଦ୍ୱିତୀୟ ଦିନରେ ୟୁପି ପକ୍ଷରୁ ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ମାଧବ କୌଶିକ ଓ ମହମ୍ମଦ ସୈଫ୍‌ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋରରେ ମାତ୍ର ୫ ରନ୍‌ ଯୋଡ଼ିବା ପରେ ବସନ୍ତ ମହାନ୍ତିଙ୍କ ବଲ୍‌ରେ ମାଧବ(୧୭) ଆଉଟ୍‌ ହୋଇଯାଇଥିଲେ। ଏହାପରେ ବସନ୍ତ ଅନ୍ୟତମ ବ୍ୟାଟସ୍‌ମ୍ୟାନ୍‌ ସୈଫ୍‌(୨୮)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି କିଛି ଭଲ ଆରମ୍ଭ ଦେଇଥିଲେ।

ଦଳରେ ଥିବା ଷ୍ଟାର କ୍ରିକେଟର ସୁରେଶ ରାଇନା ମଧ୍ୟ ଓଡ଼ିଶା ବୋଲରଙ୍କୁ ମୁକାବିଲା କରିପାରି ନଥିଲେ। ସେ ୧୦ ରନ୍‌ କରିଥିବା ବେଳେ ତାଙ୍କୁ ରାଜେଶ ମହାନ୍ତି ଆଉଟ୍‌ କରିଥିଲେ। ୭୨ ରନ୍‌ରେ ୪ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ୟୁପିର ସ୍ଥିତି ସମ୍ଭାଳିଥିଲେ ଅଧିନାୟକ ଅକ୍ଷଦୀପ ଓ ପ୍ରିୟମ ଗର୍ଗ।

ଅକ୍ଷଦୀପ ଗୋଟିଏ ପଟେ ଓଡ଼ିଶା ବୋଲରଙ୍କୁ ଆକ୍ରମଣ କରି ଶଟ୍‌ ମାରୁଥିବା ବେଳେ ଗର୍ଗ ବେଶ ରକ୍ଷଣାତ୍ମକ ବ୍ୟାଟିଂ ଜରିଆରେ ତାଙ୍କୁ ସହଯୋଗ କରିଥିଲେ। ଉଭୟ ୫ମ ୱିକେଟ୍‌ ପାଇଁ ୧୨୬ ରନ୍‌ର ଭାଗୀଦାରି କରିଥିଲେ।

ଗର୍ଗ ବ୍ୟକ୍ତିଗତ ଭାବେ ୫୯ ରନ୍‌ କରିଥିବା ବେଳେ ବିପ୍ଳବ ସାମନ୍ତରାୟ ତାଙ୍କୁ ଗୋବିନ୍ଦ ପୋଦ୍ଦାରଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ ପଠାଇଦେଇଥିଲେ। ତେବେ ତାଙ୍କ ସ୍ଥାନରେ ଆସିଥିବା ରିଙ୍କୁ ସିଂହ ମଧ୍ୟ ଅକ୍ଷଦୀପଙ୍କ ସହ ପୁଣି ଏକ ବଡ଼ ଭାଗୀଦାରି କରିଥିଲେ।

ଉଭୟ ୬ଷ୍ଠ ୱିକେଟ୍‌ ପାଇଁ ୧୫୦ ରନ୍‌ ଯୋଡ଼ିଥିଲେ। ଇତି ମଧ୍ୟରେ ଅକ୍ଷଦୀପ ନିଜର ଶତକ ହାସଲ କରିଥିବା ବେଳେ ରିଙ୍କୁ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ୭୨ ରନ୍‌ କରିଥିବା ରିଙ୍କୁଙ୍କୁ ଦେବବ୍ରତ ପ୍ରଧାନ ଆଉଟ୍‌ କରି ଶେଷ ଆଡ଼କୁ ଓଡ଼ିଶା ଦଳକୁ କିଛିଟା ଆଶ୍ୱସ୍ତ ଭରିଥିଲେ।

ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅକ୍ଷଦୀପ ୧୫୧ ଓ ସୌରଭ କୁମାର ୮ ରନ୍‌ କରି ଅପରାଜିତ ରହିଛନ୍ତି।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ବିପ୍ଳବ ସାମନ୍ତରାୟ ଗୋଟିଏ ଲେଖାଏ ୱିକେଟ୍‌ ଦଖଲ କରିଛନ୍ତି।

ମ୍ୟାଚ୍‌ ଶେଷ ହେବାକୁ ଆହୁରି ଦୁଇ ଦିନ ବାକି ଥିବାରୁ ଏବେ ଓଡ଼ିଶା ମ୍ୟାଚ୍‌ ବଞ୍ଚାଇବାକୁ ସବୁ ପ୍ରକାର ଉଦ୍ୟମ କରିବ।



from Odisha Reporter https://ift.tt/2PoMb0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages