
ନୂଆଦିଲ୍ଲୀ: ପାକିସ୍ତାନର କଶ୍ମୀର ଦରକାର ନାହିଁ। କାରଣ ପାକିସ୍ତାନ ତା’ ପାଖରେ ଥିବା ୪ଟି ପ୍ରଦେଶକୁ ସମ୍ଭାଳି ପାରୁନାହିଁ। ଏଭଳି ବୟାନ ଦେଇ ପାକ୍ ସରକାରଙ୍କ କଶ୍ମୀର ପ୍ରସଙ୍ଗକୁ ସମାଲୋଚନା କରିଥିବା ଦେଶର ପୂର୍ବତନ କ୍ରିକେଟ୍ ଅଲରାଣ୍ଡର ଶାହିଦ ଆଫ୍ରିଦି ନୂଆ ବିବାଦ ସୃଷ୍ଟି କରିଛନ୍ତି। ପାକିସ୍ତାନ ସର୍ବଦା କଶ୍ମୀରକୁ ନିଜର ବୋଲି କହୁଥିବା ବେଳେ ଆଫ୍ରିଦିଙ୍କ ଏଭଳି ବୟାନ ଦେଶ ପାଇଁ ନୂଆ ଅଡ଼ୁଆ ସୃଷ୍ଟି କରିଥିଲା। ବିବାଦ ପରେ ଆଫ୍ରିଦି ମତ ବଦଳାଇଛନ୍ତି ଏବଂ ଗଣମାଧ୍ୟମ ତାଙ୍କ କଥାକୁ ଭୁଲ ଭାବେ ଉପସ୍ଥାପନ କରିଛି ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଆଫ୍ରିଦିଙ୍କ କଶ୍ମୀର ମନ୍ତବ୍ୟକୁ ଭାରତର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଆଫ୍ରିଦି ଠିକ୍ କଥା କହିଛନ୍ତି। ପାକିସ୍ତାନ ନିଜ ଦେଶକୁ ସମ୍ଭାଳି ପାରୁନାହିଁ। ଏପରି ସ୍ଥିତିରେ କଶ୍ମୀରକୁ କ’ଣ ସମ୍ଭାଳିବ? କଶ୍ମୀର ଭାରତର ଥିଲା ଏବଂ ଭାରତର ରହିବ ବୋଲି ସେ କହିଛନ୍ତି।
ଗତକାଲି ଆଫ୍ରିଦି ଏକ ଭିଡିଓରେ ପାକିସ୍ତାନର କଶ୍ମୀର ଦରକାର ନାହିଁ ବୋଲି କହୁଥିବା ସାମ୍ନାକୁ ଆସିଥିଲା। ଏହା ପରେ ସ୍ପଷ୍ଟୀକରଣ ଦେଇ ଆଫ୍ରିଦି ଆଜି କହିଛନ୍ତି, “ ମୁଁ କହିଥିଲି ପାକିସ୍ତାନ କଶ୍ମୀର ଚାହୁଁନାହିଁ। ଏଥିସହ ଭାରତକୁ ମଧ୍ୟ କଶ୍ମୀର ନ ମିଳୁ। କଶ୍ମୀରକୁ ସ୍ୱାଧୀନ କରାଯାଉ। ଏପରି ହେଲେ ମାନବଜାତି ଓ ମାନବିକତା ବଞ୍ଚିବ। କଶ୍ମୀରରେ ଯେଉଁଭଳି ଲୋକଙ୍କ ମୃତ୍ୟୁ ହେଉଛି, ତାହା କଷ୍ଟଦାୟକ। ମାନବିକତା ରହିବା ଦରକାର।”
ଏହା ପୂର୍ବରୁ ଏପ୍ରିଲ ମାସରେ ଆଫ୍ରିଦି ଏକ ଟ୍ୱିଟ୍ କରି କଶ୍ମୀର ସ୍ଥିତି ଉପରେ ଚିନ୍ତା ପ୍ରକଟ କରିବା ସହ ଜାତିସଂଘ କଶ୍ମୀର ସ୍ଥିତିରେ ହସ୍ତକ୍ଷେପ କରି ସମାଧାନ କରୁ ବୋଲି କହିଥିଲେ।
from Odisha Reporter https://ift.tt/2QFxJ0R
No comments:
Post a Comment