୨୦୦ ବର୍ଷର ଶାସନରେ ବ୍ରିଟିଶରମାନେ ଭାରତରୁ କେତେ ସମ୍ପତ୍ତି ଲୁଟିନେଇଥିଲେ, ଖୋଲିଲା ଗୁମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

୨୦୦ ବର୍ଷର ଶାସନରେ ବ୍ରିଟିଶରମାନେ ଭାରତରୁ କେତେ ସମ୍ପତ୍ତି ଲୁଟିନେଇଥିଲେ, ଖୋଲିଲା ଗୁମର

ନୂଆଦିଲ୍ଲୀ:ଭାରତ ସ୍ୱାଧୀନ ହେବାର  ୭୦ ବର୍ଷରୁ ଅଧିକ ସମୟ ବିତି ଗଲାଣି। ଆଉ ଏହି କଷ୍ଟଲବ୍ଧ ସ୍ୱାଧୀନତା ୨୦୦ ବର୍ଷର ପରାଧୀନତାରେ ରହିବା ପରେ ହିଁ ମିଳିଥିଲା। ଏହି ୨୦୦ ବର୍ଷ ଭିତରେ ବ୍ରିଟିଶରମାନେ ଆମ ଦେଶରୁ କେତେ କ’ଣ ଧନ ସମ୍ପତ୍ତି ଲୁଟି ନେଇଥିଲେ। ଭାରତ ଭଳି ଏକ ଧନୀ ଦେଶ ଗରିବ ହେବା ପଛରେ ଏହି ଲୁଟ୍‌ ପ୍ରମୁଖ କାରଣ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିଛି। କେବେ ଆପଣ ଭାବିଛନ୍ତି କି ଏହି ସମୟ ମଧ୍ୟରେ ଦେଶ କେତେ ସମ୍ପତ୍ତି ହରାଇଛି। କେବେ ଆକଳନ କରିଛନ୍ତି କି ବ୍ରିଟିଶରମାନେ କେତେ ପରିମାଣର ଲୁଟ କରି ପଳାଇଥିଲେ। ଏବେ ଏହାର ତଥ୍ୟ ସାମ୍ନାକୁ ଆସିଛି।

ଆପଣ ଜାଣିଥିବେ ଭାରତକୁ ସୁନାର ଦେଶ ବୋଲି କୁହାଯାଏ। କିନ୍ତୁ ଏହି ସମୃଦ୍ଧ ଦେଶକୁ ଇଂରେଜମାନେ ଲୁଟି ଫକୀର କରିଦେଲେ। ତେବେ ସେମାନେ କେତେ ଧନ ସମ୍ପତ୍ତି ଲୁଟି ନେଇଯାଇଥିଲେ, ତା’ର ହିସାବ କରିବା ବା ଆକଳନ କରିବା ମୁସ୍କିଲ ବ୍ୟାପାର। କିନ୍ତୁ ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ତଥା ଓଡ଼ିଶାର ବୋହୂ ପ୍ରଫେସର ଉତ୍ସା ପଟ୍ଟନାୟକ ଏ ସମ୍ପର୍କିତ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି।

ବ୍ରିଟେନର ଔପନିବେଶବାଦ ସମ୍ପର୍କରେ ଗବେଷଣା କରୁଥିବା ପ୍ରଫେସର ଉତ୍ସା ଏ ସମ୍ପର୍କରେ ଏକ ନିବନ୍ଧ ଲେଖିଛନ୍ତି। ସେଥିରେ ଲେଖାଯାଇଛି ଯେ, ବ୍ରିଟିଶରମାନେ ସେମାନଙ୍କ ଶାସନକାଳରେ ଭାରତର ରାଜକୋଷକୁ ମନ ଇଚ୍ଛା ଲୁଟ୍‌ କକରିଥିଲେ। ଫଳରେ ଭାରତର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଗଲା। ଉତ୍ସା ତାଙ୍କ ନିବନ୍ଧରେ ଲେଖିଛନ୍ତି ଯେ, ଇଂରେଜମାନେ ଭାରତକୁ ଶାସନକାଳରେ ପାଖାପାଖି ୪୫ ଟ୍ରିଲିୟନ୍‌ ଡଲାର ଅର୍ଥାତ ୩,୧୯,୨୯,୭୫,୦୦,୦୦,୦୦,୦୦୦ ଟଙ୍କା ଲୁଟ୍‌ କରିନେଇଛନ୍ତି।

ଉତ୍ସା ପଟ୍ଟନାୟକଙ୍କ ଏହି ନିବନ୍ଧ କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରେସ୍‌ ପକ୍ଷରୁ ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ ଅଛି ଯେ,୧୯୦୦-୦୨ ମଧ୍ୟରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୧୯୬.୧ ଟଙ୍କା  ଥିଲା। ତେବେ ୧୯୪୫-୪୬ରେ ତାହା ବଢ଼ି ୨୦୧.୯ ଟଙ୍କା ହୋଇଯାଇଥିଲା। ସେ କହିଛନ୍ତି ଯେ, ଇଂରେଜମାନେ ୧୭୬୫ରୁ ୧୯୩୮ ମଧ୍ୟରେ ପ୍ରାୟ ୯.୨ ଟ୍ରିଲିୟନ୍‌ ପାଉଣ୍ଡ ମୂଲ୍ୟର ସମ୍ପତ୍ତି ଲୁଟି ନେଇଛନ୍ତି। ଯାହାର ପରିମାଣ ୪୫ ଟ୍ରିଲିୟନ୍‌ ଡଲାର ସହ ସମାନ ହେବ।



from Odisha Reporter https://ift.tt/2TJoM8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages