
ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିରୋଧରେ ସିଭିସି କରିଥିବା ଦୁର୍ନୀତି ଅଭିଯୋଗ ସମ୍ପର୍କ ଦସ୍ତାବିଜର ଜବାବ ଆଜି ସେ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ସିଭିସି ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ଶ୍ରୀ ବର୍ମାଙ୍କୁ ଏହାର ଜବାବ ରଖିବାକୁ କହିଥିଲେ। ତେବେ ଆଜି ଶ୍ରୀ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜବାବ ଦାଖଲ ପାଇଁ ଆଉ କିଛି ସମୟ ଲୋଡ଼ିଥିଲେ।
ହେଲେ ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏହି ଆବେଦନକୁ ଅଗ୍ରାହ୍ୟ କରିବା ସହ ଯଥାଶୀଘ୍ର ଜବାବ ଦାଖଲ କରିବାକୁ କହିଥିଲେ। ଜବାବ ଦାଖଲ କରିବାକୁ ଦିନ ୧ଟାରୁ ୩ଘଣ୍ଟାର ସମୟ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ତାଗିଦ୍ ପରେ ଶ୍ରୀ ବର୍ମା ବନ୍ଦ ଲଫାଫାରେ ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ନିଜର ପକ୍ଷ ରଖିଛନ୍ତି।
ନଭେମ୍ବର ୧୬ରେ ଜଷ୍ଟିସ୍ ଗୋଗୋଇ ଶ୍ରୀ ବର୍ମାଙ୍କୁ ସିଭିସିର ତଦନ୍ତ ରିପୋର୍ଟ ଉପରେ ଆଜି ସୁଦ୍ଧା ଜବାବ ରଖିବାକୁ କହିଥିଲେ। ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଥିଲେ।
ଆଜି ଜଷ୍ଟିସ୍ ଗୋଗୋଇଙ୍କ ଖଣ୍ଡପୀଠଙ୍କ ନିକଟରେ ଶ୍ରୀ ବର୍ମା ସମୟ ଲୋଡ଼ିଥିବା ବେଳେ ସେ କହିଥିଲେ, “ଆସନ୍ତାକାଲି ମାମଲାର ଶୁଣାଣି ହେବ। ଆପଣଙ୍କ ପାଇଁ ଆମେ ଶୁଣାଣିର ତାରିଖ ଘୁଞ୍ଚାଇ ପାରିବୁ ନାହିଁ। ଆପଣ ଯଥାଶୀଘ୍ର ଜବାବ ଦାଖଲ କରନ୍ତୁ। ଆମେ ଆପଣ ଜବାବ ପଢ଼ିବାକୁ ଚାହୁଁଛୁ।”
ଏହାପରେ ଶ୍ରୀ ବର୍ମାଙ୍କ ଓକିଲ କହିଥିଲେ, ଆମେ ଆଜି ସୁଦ୍ଧା ନିଶ୍ଚିତ ଜବାବ ଦାଖଲ କରିବୁ।
from Odisha Reporter https://ift.tt/2FvQ9jy
No comments:
Post a Comment