ଅରୁଣାଚଳରେ ସେନା ସହ ଦୀପାବଳି ପାଳିବେ ପ୍ରତିରକ୍ଷା ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଅରୁଣାଚଳରେ ସେନା ସହ ଦୀପାବଳି ପାଳିବେ ପ୍ରତିରକ୍ଷା ମନ୍ତ୍ରୀ

ଇଟାନଗର: ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଅରୁଣାଚଳ ପ୍ରଦେଶର ଉପର ଦିବାଙ୍ଗ୍‌ ଉପତ୍ୟକା ଜିଲ୍ଲାରେ ସେନାବାହିନୀ ଏବଂ ସେମାନଙ୍କ ପରିବାର ସହିତ ପାଳିବେ ଆଲୋକର ଉତ୍ସବ ଦୀପାବଳି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଟ୍ୱିଟ୍‌ କରି କୁହାଯାଇଛି। ଏଥିରେ କୁହାଯାଇଛି, “ଯବାନଙ୍କ ପରିବାର ସହିତ ଦୀପାବଳି ପାଳିବାର ପରମ୍ପରାକୁ ବଜାୟ ରଖି ଶ୍ରୀମତୀ ସିତାରମଣ୍‌ ଚଳିତ ବର୍ଷ ମଧ୍ୟ ଆସାମ୍‌ର ଦୀନ୍‌ଯାନ୍‌ ଏବଂ ଅରୁଣାଚଳ ପ୍ରଦେଶର ଆନ୍ଦ୍ରା ଲା-ଓମ୍‌କାର ଏବଂ ଆନିନିଠାରେ ଦୀପାବଳି ପାଳନ କରିବେ।”

ଏହି ଗସ୍ତରେ ତାଙ୍କ ସହିତ ପୂର୍ବାଞ୍ଚଳ ସେନା କମାଣ୍ଡର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ରହିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏହି ଅବସରରେ ପ୍ରତିରକ୍ଷା ପ୍ରସ୍ତୁତି ଏବଂ ଭିତ୍ତିଭୂମି ବିକାଶ ବାବଦରେ ସୂଚନା ଦିଆଯିବ। ଏହି ଅଞ୍ଚଳରେ ଶ୍ରୀମତୀ ସୀତାରମଣ ପ୍ରତିରକ୍ଷାର ବିଭିନ୍ନ ସ୍ଥିତି ବାବଦରେ ଅନୁଧ୍ୟାନ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ସହିଦ ଯବାନଙ୍କ ପରିବାରବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।



from Odisha Reporter https://ift.tt/2zwolVZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages